ସମୟ ରହିଯାଆ
ସମୟ ରହିଯାଆ
ହେ ସମୟ ଆଉ ଜଳାନା
ଆଉ ଜଳାନା .... ଆଉ ଜଳାନା
ଆଉ ମୁଁ ସାହିପାରୁନି ମରମ ଯନ୍ତ୍ରଣା
ଆଉ ଜଳାନା.. ଜଳାନା |
ସମୟର କୁହୁକ ଖେଳରେ
ମାୟା ସଂସାରର ହାଟ ଭିତରେ
ଗହ ଗହ ହୋଇ ଉକୁଟି ଉଠୁଛି
ମୋ ମାଆ ମାଟିର ବାସ୍ନା
ଆଉ ଜଳାନା... ଜଳାନା |
ଅଛି ନାହିଁର ଜୀବନ
ଭିତରେ ଷଡରିପୁର ଇସାରା
ବାହାରେ ମାୟା ମରୀଚିକାର ମାୟା
ମୋତେ କରେ ଆନମନା
ଆଉ ଜଳାନା... ଜଳାନା |
ଏଣେ ଡୋରି ଧରି ଟାଣୁଛୁ ତୁ
ଅଫେରା ସମୟ...
ଆରେ ମୁଁ ଦୁର୍ବଳା ନୁହେଁ
ମୁଁ କକ୍ଷଚ୍ୟୁତ ନୁହେଁ
ସଦା ସ୍ୱପ୍ନରେ ବିଭୋର
ଶୁଣିବାକୁ ଚିରସଦ୍ୟ
ପ୍ରେମର ଶାଶ୍ୱତ ସଂଗୀତ
ସତ୍ୟ ଅହିଂସାର ଗାନା
ଆଉ ଜଳାନା... ଜଳାନା |
ଏଠି ସ୍ତୁପ ସ୍ତୁପ ଈର୍ଷାର ଉଦଗୀରଣ ଲାଭା
ହିଂସା ଦ୍ୱେଷ ଘୃଣା ଅସହିଷ୍ଣୁତାର
ବାରୁଦ ଗଦାରେ
ଦୋଳାୟମାନ ଭୟାର୍ତ୍ତ ପୃଥିବୀ
ସତେ କ'ଣ ତୁମ ହାତର ଖେଳନା |
ଆଉ ଜଳାନା... ଜଳାନା |
ହେ ସମୟ ଫେରିଯାଅ ଆଉ ଜଳାନା ଜଳାନା |
ମୋ କଳ୍ପନାର ନକ୍ସାରେ
ଆଙ୍କୁଛି ମୁଁ ଭିନ୍ନ ଏକ ବିଶ୍ୱ
ଯେଉଁଠି ନ ଥିବ ସମୟର ତାଣ୍ଡବ
ଥିବ ଆତ୍ମା ସହ ଆତ୍ମାର ମିଳନ
ଆଉ ଜଳାନା... ଜଳାନା |
ପୂଣ୍ୟର ବର୍ଷା ବର୍ଷିବ କଦମ୍ବ ଫୁଲରେ
ପୂଛ ମେଲି ନାଚିବ ମୟୂରୀ ପ୍ରୀତି ରଙ୍ଗୋଲି ରେ
ପୁରି ଉଠିବ
ଶୁଖିଯାଇଥିବା ମମତାର ନଈ
ଧାଇଁବ ସେ ବାରନାରୀ ପରି
ମିଶିବାକୁ ପ୍ରେମର ଅଥଳ ସାଗରେ
ତା ସହ ମନ ମୋର ବ୍ୟାକୁଳିତ ହେବ
ମୋହନବଂଶୀର କପଟିଆ ଭାବ ପରଖି
ସେ ମୋହନ ବଂଶୀର ସାତ ସୁରେ
ତାର ମାଧୁରୀରେ
ପ୍ରାଣ ଉଲ୍ଲସିତ ହେବ ମୋର
ସମୟର ଛଳନା |
ଆଉ ଜଳାନା... ଜଳାନା
ହେ ସମୟ ଆଉ ଜଳାନା ଜଳାନା ||
