Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mohanty

Others

5.0  

Manorama Mohanty

Others

ସ୍ମୃତି ତୁମେ

ସ୍ମୃତି ତୁମେ

1 min
225



ଗୋଟି ଗୋଟି କରି ଗୁନ୍ଥି ଥିଲ, 

    ଶ୍ରଦ୍ଧା ସମ୍ମାନର ଫୁଲମାଳକୁ ।

ଝୁଲେଇ ଦେଇଥିଲ ମୋ ବେକରେ, 

    ଅୟୁତ ଯନ୍ତ୍ରଣାକୁ ଢ଼ୋକିଦେଇ ।

ସମୟର ଦଲକାଏ ପବନ, 

     ମୋତେ ଉଡାଇ ନେଇଛି 

ଯୋଜନ ବାଟକୁ ।

ତୁମ ସ୍ମୃତିର ସେହି ରଙ୍ଗିନକାଗଜ ପାଖରୁ...

    ଫର୍ଦ୍ଧଫର୍ଦ୍ଧକରି ଚିରିଗଲାଣି ସବୁ।

ହଁ!ସେଦିନ ତ ଆସିଥିଲ

କେଇପରସ୍ତ ମଲାଟ ମଡ଼େଇ ଚାଲିଗଲ ।

ମୋ ଅଗାଧୁଆ ଦେହରେ, 

     ଶିହିରି ଉଠିଲି କେଇ ସେକେଣ୍ଡ ତୁମ ସ୍ପର୍ଶରେ ।

ଆଜି ବି ମୁଁ କାନଡେରି ରହିଛି, 

    ତୁମ ପାଉଁଜିର ରୁଣଝୁଣୁ ଶବ୍ଦକୁ।

ସେଦିନପରି ତୁମେ ଆସିବ ପତିବ୍ରତା ସାଜି, 

    ମୋ ଆଗରେ ବାଢିଦେବ

ଆଞ୍ଜୁଳାଏ ପ୍ରେମ ।

ତୁମେ ଆକାଶକୁ ଚାହିଁରହିଥିବ, 

ଖୋଜୁଥିବ ମୋତେ 

        ବାଦଲ ଭିତରେ ।

ତୁମ ବୈଧବ୍ୟ କୋରି ଖାଉଥିବ 

ମୋ ହୃଦୟକୁ   

     ତୁମ ଅଲକ୍ଷ୍ୟରେ........ 


Rate this content
Log in