STORYMIRROR

Panchanan Jena

Others

4  

Panchanan Jena

Others

ସ୍ମୃତି ଝରକା

ସ୍ମୃତି ଝରକା

1 min
23.5K


ବାଣୀବିହାର ନାଁ ଟି ଶୁଣିଲେ 

ଖବର କାଗଜ ପୃଷ୍ଠାରେ ଦୃଶ୍ୟମାନ ହେଲେ

ସ୍କୃତି ଝରକାରେ ହୁଏ ମୃଦୁ କରାଘାତ

୧୯୯୧ ୯୩ ଦୁଇବର୍ଷ ଉକିଂ ମାରେ ।


ଗୋପବଂଧୁ ଛାତ୍ରାବାସରେ ପଦ ପାତ

କମନରୁମ୍ ଘାତ ପ୍ରତିଘାତ

ସାହି ରୁଲର ଇଂରାଜି ଗାଳି

ଉମାର଼ ଭିଡିଓ ଚାନ୍ଦା ଠୁ ବଳି

ଇସ୍ଲାମ୍ ର ଖଣ୍ଡିଆ ବିଡି ପାଇଁ କ୍ୟାବିନ ତଳେ ହାତ ଅଣ୍ଡାଳି

ସନ୍ତୋଷ ଭାଇନାର ବରା ଘୁଘୁନି

ରବି ପାଣିଗ୍ରାହୀ ର ହାଡୁଆ ଦିହରେ ପାନ ଖିଆ ପାଟିରେ କଥା ବାଟୁଳି ।


ଛାତ୍ର ରାଜନୀତିର ବର୍ଣ୍ଣବୋଧ

ପ୍ରେମ ପ୍ରଣୟର ଖୋଲା ଅନୁରୋଧ

ପରିଜା ପାଠାଗାରରେ ଯୁଗଳବଂ ଦି

ଅଡ଼ିଟୋରିୟମରେ ବିରେନ୍ଦ୍ର ହରିଶ ର ଏ ପାନବାଲା ବାବୁର ନାଟକିୟ ସନ୍ଧି

ଏମିତି ଅସୁମାରି ଅଗଣିତ ସ୍କୃତି

ଭାସି ଉଠେ ମନ ଆଇନାରେ ।


ରୂପେଲି ସୁନେଲି ଅତୀତ କଡ଼ ଲେଉଟାଏ

ସତରେ ବାଣୀବିଥିକା ବିତିଯିବା ପରେ

ଆମେ ସବୁ ବ୍ଯସ୍ତ ହେଲୁ

ଜୀବନ ଜୀବିକା ବିବାହ ଠିକଣା

ସାଂଗ ସାଥି ମେଳ ଥିଲା ଝାପସା ବଣା

ପୁଣି ୨୦୧୮ ପୁନର୍ମିଳନ ମହାମିଳନ

ଥିଲା ୨୫ ବର୍ଷର ସ୍ମୃତି ରୋମନ୍ଥନ ।


ଅଧା ପାଚିଲା କେଶରେ 

ଚନ୍ଦା ମୁଣ୍ଡିଆ ବେଶରେ

ସଫଳ ପ୍ରେମିକ ପ୍ରେମିକା ପ୍ରବର

ମଂଗ ଧରିଥାନ୍ତି ଗେଣ୍ଡୁ ଫୁଲହାର

ବିଫଳ ପ୍ରେମିକ ଆଖିରେ ଚମକ

ନୟନ ପଡ଼ନ୍ତେ ବାଂଧବୀର ଡାକ

କୁହୁ ତାନ ପରି ପ୍ରେମ ପିଆଲା

ଦେହ ହାତ ଘଷି ଉପଶମ ହେଲା

ମୋଟା ପେଟୁଆ କଂ ବଡ଼ ପଟୁଆର

ଅଧରେ ହସ କୌତୁକ ବେସୁମାର

ଚିହ୍ନିଲା ମୁଁହରେ ଖୁସିର ମସ୍ତିର ଛଟା

କୋଳାଗ୍ରତ ଫଟୋ ସେଲଫିର ଦି ଚାରିଟା ।


ମେ ଫେୟାର ର ସେ ଫେନିଳ କ୍ଷଣ

ଲାଗୁଥିଲା ଫଗୁଣିତ ବଂଧୁ ମେଳଣ

ଝରୁଥିବେ ଆଜି ମନେ ପକେଇ

ସ୍କୃତି ତାଜା ପୁରୁଣା ଫଟୋର ଧ୍ୟା ଇ ।


ପଶ୍ଚିମ ବୟସେ ଆମେ ଉପନୀତ

ବୁଝା ପଡ଼ୁଅଛି ଅକାପଟ୍ୟ ବନ୍ଦୁତ୍ଵ

ଚିଠି ଯୁଗର ଆମ ପିଜି ତାରୁତ୍ଯ

ଦୁରଦର୍ଶନ ବିବିଧ ଭାରତୀ ବରେଣ୍ୟ

ଯୁଗ ବଦଳିଛି ସାମନାରେ ଆମର

ସଙ୍ଗ ର୍ଷ କରିଛେ ରାତି ଦିନ ଏକେ କାର ।


ଏ ସବୁ ସମ୍ଭବ ହେ ବାଣୀବିହାର

ସଖା ସଖୀ ବନ୍ଧୁ ସୋଦରୀ ସୋଦର

ସ୍ଵାଧୀନତାର ପ୍ରଥମ ସୁଆଦ

ଉଛୁଳା ମୌସମୀର ଉନ୍ମାଦ

ବାସନ୍ତୀ ସଧ୍ୟାର ଚୀର ସ୍ଵାକ୍ଷର

ଅଥଳ ତାରୁଣ୍ଯର ନାଟ ମନ୍ଦିର

ପ୍ରେମ ସ୍ନେହ ବନ୍ଧନର ଗନ୍ତାଘର

ତା ପାଦ ପଙ୍କଜେ ଦୂରୁ ଜୁହାର । 



Rate this content
Log in