Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswanath Nayak

Inspirational

4  

Biswanath Nayak

Inspirational

ସମାଧାନ

ସମାଧାନ

1 min
215



ଏପାଖେ ଅନ୍ଧାର ସେପାଖେ ଆଲୋକ

ଅନ୍ଧାରକୁ କିବା ଭୟ। 

ପାଦେ ଯାଇ ବନ୍ଧୁ ଦେଖ ଏ ଜଗତ

କେତେ ଯେ ଆଲୋକମୟ। 


ଏପାଖେ ନିରାଶା ହେଲେ ସେପାଖରେ 

ଆଶା ହାତ ଠାରି ଡାକେ। 

ପାଦେ ନ ଯାଇଣ ନିରାଶାରେ କିଆଁ

ରହିବା ବନ୍ଧୁ ଏପାଖେ !


ଏପାଖେ ବନ୍ଧନ ସେପାଖେ ମୁକତି

ବନ୍ଧନେ କିମ୍ପା ରହିବା। 

ପାଦଟିଏ ଯାଇ ମୁକତିର ସ୍ଵାଦ

କିମ୍ପା ବନ୍ଧୁ ନ ଚାଖିବା !


ଏପାଖରେ ଅଛି ଅବିଶ୍ବାସ ସିନା

ସେପାଖେ ଅଛି ବିଶ୍ଵାସ। 

ପାଦଟିଏ ଗଲେ ବିଶ୍ଵାସରେ ବନ୍ଧୁ !

ମିଳିଯିବେ ଜଗଦୀଶ। 


ଏପାଖେ ଅବିଦ୍ୟା ହେଲେ ସେପାଖରେ

ବିଦ୍ୟା ବୁଣେ ଜ୍ଞାନାଲୋକ। 

ଏକ ପାଦ ବନ୍ଧୁ ବଢ଼ାଇଣ ଦେଖ

ଜାଗିବ ସୁପ୍ତ ବିବେକ। 


ଏପାଖେ ମରଣ ସେପାଖେ ଜୀବନ

ସେପାଖେ କିଆଁ ନ ଯିବା। 

ଏପାଖରେ ରହି ମୃତ୍ୟୁର ଭୟରେ 

କିମ୍ପା ସଦା ମରୁଥିବା !


ଏପାଖ ସେପାଖ ମଝିରେ କେବଳ

ଏକପାଦ ବ୍ୟବଧାନ। 

ପାଦଟିଏ ଗଲେ ଜୀବନ-ପ୍ରଶ୍ନର

ହୋଇଯିବ ସମାଧାନ। 



Rate this content
Log in