STORYMIRROR

Panchanan Jena

Others

3  

Panchanan Jena

Others

ସୀମାରେଖା

ସୀମାରେଖା

1 min
306

 ସୀମାରେଖା ହେଉ ବା ଭାଗ୍ୟରେଖା

ସମସ୍ତେ କହନ୍ତି ଆଉ କହି ଚାଳନ୍ତି

କଥାରେ ନଥା ନ ମାନି ବ୍ୟଥା

ଜାନକୀ ଡେଇଁଲେ ଲକ୍ଷଣରେଖା ।

ଦୟା କ୍ଷମା କରୁଣା

ମହା ଧନରେ ଗଣା ।

ଲୋଭ ଗର୍ବ ଅହଙ୍କାର

ତ୍ୟାଗ କର ଦୂରୁ ଜୁହାର ।

ସତ୍ୟ ନ୍ୟାୟ ପରୋପକାର

ପୂଜା କର ମାନବ-ବର ।

ଏମିତି ଅନେକ ଅଗଣିତ

ଉପଦେଶର ଇସ୍ତାହାର

ଜନ୍ମରୁ ମରଣ ଯାଏଁ

କୋଳରୁ କୋକେଇ ଯାଏଁ

କାନ ଶୁଣୁଥାଏ

ମନ ମାନୁ ନ ଥାଏ ।

ଆପଣ ତୁମେ ଆଉ ତୁ

ସମ୍ପର୍କ ସୁତାର ସେତୁ

ମୁଁ ଆମେ ସମସ୍ତେ

ଭଲରେ କରନ୍ତୁ ନମସ୍ତେ

ଆମର ତା’ହାର ସମସ୍ତଙ୍କର

ମନ ହାତ ମିଶେଇ ଚାଲ ଯିବା ବହୁଦୂର

ସେମାନେ ସଭିଏଁ ସହୋଦର

ମନ ବିଶାଳ ତରୁବର

ଜ୍ଞାତି ପର ଆପଣା

ଅବୁଝା ମନ ବାଟ ବଣା 

ପଡୋଶୀ ବିଦେଶୀ ପରଦେଶୀ

ବାନ୍ଧବ ହେବେ ହସି ହସି

ସବୁ ମାନିବା ସବୁ ଜାଣିବା

ଲାଗେ ଅର୍ବାଚୀନ ଅବାସ୍ତବ

ମନେହୁଏ !

କାଳ୍ପନିକ କପୋଳକଳ୍ପିତ ଶବ୍ଦର ସଂଭାର

ଆଡବାୟା ମସ୍ତିସ୍କର ଖିଆଲି ପ୍ରଚାର

ମନ ଗହନର ଫସା ମଞ୍ଜିମାନ

ବାତୁଳିତ ଚାଟୁଳିତ ଚର୍ବିତ ଚର୍ବଣର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍