STORYMIRROR

Prafulla Chandra padhi

Others

4  

Prafulla Chandra padhi

Others

ଶୂନର ପ୍ରଶ୍ନମାଳା

ଶୂନର ପ୍ରଶ୍ନମାଳା

1 min
277

ପବନ ଉଡ଼ାଇ ଦେଇ ପାରେ

ବଳିଷ୍ଠ ସ୍ୱାକ୍ଷରର ନିଦା ମାଟିକୁ

ସଂପର୍କର ବେନାମୀ ଚିଠି ପଢ଼ୁ ପଢ଼ୁ

ଗର୍ଜୁ ଥାଏ ଭିତର ଘରେ

ପ୍ରଶ୍ନମାଳା ,ଶୂନର ପ୍ରଶ୍ନମାଳା

ଫିଟିବା ପାଇଁ ସ୍ୱର କାହିଁ !

ଗତାନୁଗତିକତାରେ ଛନ୍ଦି ହୋଇ

ଆମେ ସବୁ ପାଲଟିଚୁ

ଅବୁଝା ମଣିଷ

ହଜାରେ ପ୍ରତିଶ୍ରୁତିକୁ ନିଷ୍ଫଳ କରି

ଆମେ ସବୁ

ଶୂନ୍ୟ ପ୍ରଶ୍ନମାଳାକୁ ଆରମ୍ଭ

କରି ପାରିନୁ ଏଯାବତ଼

ଅସାମର୍ଥ୍ଯତାରେ ବି ଛଳନା କରୁଛୁ

ଅଭିନୟରେ ପାରି ଦେଲୁ ବୋଲି

ଦରଶନ ଢାଳି ଦେଉ ଛନ୍ତି

ଅନୁରାଗରେ କେବେ ନୁହେଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍