Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra padhi

Others

1  

Prafulla Chandra padhi

Others

ଶଦ୍ଦ ସ୍ୱର

ଶଦ୍ଦ ସ୍ୱର

1 min
146


ଶ୍ଲୋକ ଉଚ୍ଚାରିଲେ ବିପରୀତ କୁ

ହାତ ମୁଠାରେ ପାଇ ଯିବା ର

ବିକଳ ଇଛା

ସମୟ କେତେ ହେଲା ?

ଚାଲ _ ଖୋଜିଯିବା ସମସ୍ତେ

ସ୍ୱପ୍ନ ରୂପାୟିତ ରାସ୍ତା

ସେଥି ପାଇଁ ତ

ସମୟ ପଚାରୁଚି ॥

କୁହୁଡ଼ି ରେ ଆବୃତ ଦୃଶ୍ୟ ପରି

ଯେତେ ସବୁ ଗୋପନ ଇଛା

ଏ ମାଟି ଖୋଳିଲେ

ପରା ଯେତେ ସବୁ ସଂପଦ !

ପାହାଡ଼ି ଅଂଚଳ ପରି

ତମ ମନକୁ ମନେଇବା ପାଇଁ

ମୋ ଭଳି ଥୁଣ୍ଟା ଗଛ ର

ସାମର଼ଥ୍ୟ ନାହିଁ ବୋଲି

ଭାବ ନାହିଁ ।

ଶ୍ଲୋକ ଉଚ୍ଚାରଣ ରେ

ମୁଁ ମଧ୍ୟ ଅଭ୍ୟସ୍ତ

ଅପେକ୍ଷା କେବଳ

ସ୍ୱର ର ଶଦ୍ଦକୁ

ସମୟ ହେଲାଣି ।

ଯିବା ?


Rate this content
Log in