STORYMIRROR

Manorama Mohanty

Others

3  

Manorama Mohanty

Others

ସେହି ଭାବ ଦିଅ ହେ ହରି

ସେହି ଭାବ ଦିଅ ହେ ହରି

1 min
222


ମୋତେ ସେହିଭାବ ଦିଅ ହେ ହରି 

ମୋତେ ସେହି ଭାବ...... 

ଯେ ଭାବରେ ରସି ଅଜାମିଳ ପାପୀ 

   ପାପ ପଙ୍କୁ ହେଲା ପାରି 

ମୋତେ ସେହି ଭାବ........... !


ଜୀବନର ରଥ ଚକ ଯାଏ ଗଡିଗଡି 

ଯେଣେ ଇଛା ତେଣେ ମୋତେ 

        ନେଉଛ ଘୋଷାଡ଼ି 

ଏସବୁ ହୁଅଇ ତୁମ 

        ଇଙ୍ଗିତରେ ଚାଳି 

ମୋତେ ସେହି ଭାବ........!!


ବୁଝି ମୁଁ ପାରୁନି ତୁମ ମାୟା ଅଗୋଚର 

ଆହେ ଦୟାମୟ ପ୍ରଭୁ 

      ବିଶ୍ୱ କାରିଗର 

ଭାଙ୍ଗି ଦିଅ ନାହିଁ ମୋର 

       ସ୍ବପ୍ନର ସଵାରୀ 

ମୋତେ ସେହି ଭାବ.......... !!!


କାଳ ପକ୍ଷୀରାଜ ଉଡି 

      ମାରୁଛି ଚକ୍କର 

ପଶୁପତି କାଟିଲେଣି 

      ବନ୍ଧନର ଡୋର 

କପଟ ନକରି ମୋତେ 

         ଦିଅ ହେ ନିସ୍ତାରି 

ମୋତେ ସେହି ଭାବ.......!!!!


ମୋ ସଂସାର ମୋର 

     ଦୁଃଖର ପରିଧି 

ଭାବି ମୁଁ ପାରୁନି କେବେ 

      ହୋଇବ ସମାପ୍ତି 

ଭାବି ଭାବି ଏ କଥାକୁ 

          ଗଲିଣି ମୁଁ ସରି 

ମୋତେ ସେହି ଭାବ....... !!!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍