ସବୁ ସେ ଜଗତସାଇଁ***************
ସବୁ ସେ ଜଗତସାଇଁ***************
କିଏ କହେ ତୁ ମିଛ
କାହାକୁ ବା ତାରିଛ
ତାରିବା ମାରିବା ଛଡା
ଆନ କିଛି ଜାଣ ନାହିଁ |
ତୁମେ ତ ସୃଷ୍ଟି ପ୍ରାଣ
ସବୁ ତୁମ ଭିଆଣ
ସେଥିପାଇଁ ଗମ୍ଭୀରା ରେ
ବସି ସୁଖେ ଅଛ ରହି |
ତୁମ ଘୋଷ ଯାତରା
ଏ ମାସ ହେବ ପରା
ହେବନାହିଁ ରଥଟଣା
ଯେଣୁ ତୁମ ଇଛାନାହିଁ |
ଆହେ ଭକ୍ତ ବାନ୍ଧବ
ଦଇତାରୀ ମାଧବ
ଆଉ ବଢ଼ାଅନି ଚିନ୍ତା
ଦେଖା ଦିଅ ଭାବଗ୍ରାହୀ |
ମଣିଷ କର୍ମ ନୀଚ
କରି କରୁଛି ନାଚ
ତୁମକୁ ତାତ୍ସଲ୍ୟ କରି
ପଡୁଛି ନରକେ ଯାଇ |
କିଏ କହେ ମୁଁ ବଡ଼
ମୋ ଠାରୁ କେହି ବଡ଼
ନାହିଁ ଏ ଧରା ଧାମରେ
ସମକକ୍ଷ ହେବା ପାଇଁ |
କେହି ବୁଝନ୍ତି ନାହିଁ
ତୋ ଛଡା ବଡ଼ କେହି
ନାହିଁ ଏ ବିଶ୍ୱ ବ୍ରହ୍ମାଣ୍ଡେ
ତୁ ଏକା ଜଗତସାଇଁ |
ତୁମେ ସୁଦୟା କର
କରୋନା ହେଉ ଦୂର
ଏ ସଂସାର ଛାରଖାର
କର ନାହିଁ ଦୟାବହି |
ହେ ବ୍ରହ୍ମାଣ୍ଡ ଠାକୁରେ
ମତି ମୋ ତୋ ପୟରେ
ପରିତ୍ରାଣ କର ମୋତେ
କର୍ମଦେଖି ଦଣ୍ଡ ଦେଇ |
