STORYMIRROR

Panchanan Jena

Others

3  

Panchanan Jena

Others

ଋତୁ ଆହ୍ଲାଦିନୀ

ଋତୁ ଆହ୍ଲାଦିନୀ

1 min
384

ଅରୁଣାଭ ନଭେ ଦେଖ ସ୍ୱର୍ଣ୍ଣରେଣୁ

  ଦିନମଣି ଉଦୟାଭା ।

ହୁଗୁଳା ପବନ ବହେ ଥିରି ଥିରି

 ଚୁମି ତରୁ ତୃଣ ଗଭା ।

ସୁମନ ସୌରଭ ଖେଳେ ଦଶ ଦିଶେ

 ମହମହ ଚହଟଇ 

ଖଗ କଳରବ ସ୍ଵର ସାରେଗାମା

 ମିଠା ମିଠା ହଇଚଇ ।

ନୀଳ ସରୋବରେ ନିର୍ଜନ କଲ୍ଲୋଳେ

  ଚାନ୍ଦ ଦିଶେ ପରିମଳ 

ମୀନ ଦଳ ଦଳ ଛବିଳ ଛଇଳ

 ନୃତ୍ୟେ ହସେ ଶତଦଳ ।

କାକର ବିନ୍ଦୁରେ ପାଦ ପଖାଳଇ

  ଉପାସୀ ଲାଜେଇ ପ୍ରିୟ।

ମିଠା ନିମନ୍ତ୍ରଣ କାର୍ତ୍ତିକ ଫଚୁକେ

  ନ ମାନି କୁହୁଡି ମାୟା ।

ମୁକୁଳା କବରୀ ସ୍ନାନ ସାରୀ ଗୋରୀ

  ହବିଷାଳୀ ଶଙ୍ଖଧ୍ଵନି

ତୁଳସୀ ମୂଳରେ ବିଧବା ସଧବା

  ମୁଣ୍ଡ ଥାପେ ବ୍ରତଧ୍ୟାନୀ।

ଚହଟି ଆସୁଛି ଗ୍ରାମ କୋଳାହଳ 

 ପ୍ରାଚୀରେ ଉଡ୍ଡିନ ନେତ

ଅଶିଣ ରାଣୀର ମୁକୁଳା ପଣତ

 ଶ୍ୟାମ ସବୁଜିମା କ୍ଷେତ ।

ଶୁଭୁଛି ମନ୍ଦିରେ ଘଣ୍ଟ ଘଣ୍ଟା ଧ୍ୱନୀ

  ମନ୍ତ୍ର ଉଚ୍ଚାରଣ ଧର୍ମେ 

ମାଟିର ମଣିଷ ବତୁରା ବାସ୍ନାରେ

  ବିଭୁ ଆଶ୍ରେ ମର୍ମେ ମର୍ମେ l

ବିଦଗ୍ଧା ଶ୍ରାବଣ ଫେରେ ପାଦଚିପି

  ମନ୍ଦାର ଚଉଁରୀ ଧାରେ

ଶରତ ହେମନ୍ତ ଋତୁ ଆହ୍ଲାଦିନୀ

 ସ୍ଵର୍ଗୀୟ ସୁଷମା ଭରେ ।



Rate this content
Log in