STORYMIRROR

Santosh Kumar Ojha

Others

4  

Santosh Kumar Ojha

Others

ପ୍ରତିଶୋଧ

ପ୍ରତିଶୋଧ

1 min
262


ପ୍ରତିଶୋଧ ଆସେ ବେଦନାରୁ କେବେ

       କେବେ ଆସେ ପ୍ରତିହିଂସାରୁ ,

କେବେ ପୁଣି ଆସେ କ୍ରୋଧର ନିଆଁରୁ

      କେବେ ଆସେ ଭାତ କଂସାରୁ ।


ପ୍ରତିଶୋଧ କେବେ ଛଳରେ ଆଶ୍ରିତ 

         କେବେ ଧରେ ଅସ୍ତ୍ର ଶସ୍ତ୍ର ,

କେବେ ଧରି ଥାଏ ନ୍ୟାୟର ନିକିତି

         କେବେ ଖୋଲି ନିଏ ବସ୍ତ୍ର ।


ନ୍ୟାୟ ଖୋଜୁ ଖୋଜୁ ଅନ୍ୟାୟ କରଇ

          ପ୍ରତିଶୋଧ ନାମ ନେଇ ,

ବୁଝି ନପାରିଲେ ଘଟଣା ଚକ୍ରକୁ

          ପ୍ରତିଶୋଧ ଜନ୍ମି ଥାଇ ।


ଅସହ୍ୟ ବେଦନା ଝରି ଝରି କେବେ

         ପାଲଟେ ବରଫ ଖଣ୍ଡ ,

ଶୀତଳ ହେଲେ ବି ଭୂତଳ କରାଏ

         ପ୍ରତିଶୋଧେ ଗଣ୍ଡି ମୁଣ୍ଡ ।


ସବୁ ଦିନ ହିଂସା ଦିନେ ପ୍ରତିହିଂସା 

          ହିଂସ୍ର ଠାରୁ ବଳିୟାନ ,

ଜାଣି ପାରେ ନାହିଁ ପରିଣାମ କଥା

         ଯାଇ ପାରେ ନିଜ ପ୍ରାଣ ।


ଭାଇ ଦେଲା ନାହିଁ ଭାଇ ଭାଗ ବୋଲି

         ଭାଇ ନିଏ ପ୍ରତିଶୋଧ ,

ବଂଚିତ ହେଲେ ସ୍ବ- ଅଧିକାରରୁ

         ଜନ୍ମ ନିଏ ମନେ କ୍ରୋଧ ।

                   


Rate this content
Log in