STORYMIRROR

Amulya Kumar Panda

Others

3  

Amulya Kumar Panda

Others

ପ୍ରକୃତ ଶ୍ରଦ୍ଧାଞ୍ଜଳି

ପ୍ରକୃତ ଶ୍ରଦ୍ଧାଞ୍ଜଳି

1 min
409




ଶହୀଦ୍ ଭାଇଙ୍କ ତେର ଦିନ ଶୋକେ

ଦେଶ କାନ୍ଦୁଥିଲା ଯେବେ

ପ୍ରବଳ ଗ୍ରୀଷ୍ମରେ ମଳୟ ବହିଲା

ଉଶ୍ୱାସ ଲଗିଲା ତେବେ

ହରଷ ହୋଇଲା ମନ

ସତେକି ଭାରତ ବର୍ଷକୁ ମିଳିଲା

ହୀରା ମୋତି କୋଟି ଧନ

ପାକିସ୍ତାନ ସୀମା ମଧ୍ୟରେ ପଶିକି

ଭାରତୀୟ ବାୟୁସେନା

ହଜାରେ କିଲୋର ବୋମା ପକାଇକି

କ୍ଷୀରକୁ କରିଲେ ଛେନା

ବିଛା ମନ୍ତ୍ର ସେ' ନଜାଣି

ହାତ ପୁରାଇଲା ସାପର ଗାତରେ

ସାପ ଦେଲା ଚୋଟ ହାଣି

ଶହୀଦଙ୍କୁ ଆମ ଶ୍ରଦ୍ଧାଞ୍ଜଳି ଦେଲୁ

ତିନିଶ ପଚିଶି ମାରି

ଆତଙ୍କୀ ଆଡ୍ଡାକୁ ଜାଳି ପୋଡ଼ିଦେଲୁ

ବାର୍ତ୍ତାକୁ ନକରି ଜାରି

ଆହୁରି ରହିଛି ପାଳି

ବିଶ୍ଵ ଦରବାରରେ ଏକଲା କରିବୁ

ଲଗାଇ ତା ମୁହେଁ କାଳି

ନିର୍ଲଜ ସେ ପାକିସ୍ତାନ କହୁଅଛି

ରାତ୍ରି ଅନ୍ଧକାରେ ଆସି

ବମ୍ ପକାଇଲ ଶୀଘ୍ର ପଳାଇଲ

ଦେଇଥାନ୍ତୁ ଆମେ ନାଶି

ଚୋର ମୁହଁ ଦେଖ ଟାଣ

ଅଜାଗା ଘାଆଟା ପୋଡ଼ୁଛି ତାଙ୍କର

ବାଜିକି ରକେଟ୍ ବାଣ

ଆରେ ମୂର୍ଖ ମାନେ ସୁଧୁରି ଯାଅରେ

ନୋହିଲେ ନିପାତ ହେବ

ବିଶ୍ୱ ମାନଚିତ୍ରେ ପାକିସ୍ତାନ ବୋଲି

ଦେଶ ଯେ ଆଉ ନଥିବ

ଆମେ ଶାନ୍ତି ପ୍ରିୟ ଦେଶ

ଶତ୍ରୁତା କରିଲେ ଧ୍ବଂସ କରିଦେବୁ

ଧରିକି ରୁଦ୍ରଙ୍କ ବେଶ


#ଅମୂଲ୍ୟ_କୁମାର_ପଣ୍ଡା

----------ଅରଙ୍ଗାବାଦ, ବରୀ, ଯାଜପୁର------


---


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍