STORYMIRROR

Manorama Mohanty

Others

3  

Manorama Mohanty

Others

ପ୍ରଭୁ ଥରେ ଦେଖାଦିଅ

ପ୍ରଭୁ ଥରେ ଦେଖାଦିଅ

1 min
210


ଚାହିଁଛି ତୁମକୁ ରଚନା କାଳରୁ 

     ପଲକ ହୀନ ନୟନେ 

ଦିଅ ଦେଖା ପ୍ରଭୁ ଝରାଇ ଆଶିଷ 

     ପୂର୍ଣ୍ଣକର ବିତରଣେ |


ହଜି ଯାଇଥିଲି ଅମା ଅନ୍ଧକାରେ 

    ନିଜକୁ ମୁଁ ଜାଣେନାହିଁ 

ଆସିଲି କେଉଁଠୁ ଯିବି କେଉଁଠିକୁ 

    କାହିଁକି ଆସିଲି ମୁହିଁ |


ଖୋଜୁଛି ଆଜି ମୁଁ ପରିଚୟ ମୋର 

     ତୁମ ଶୁଭ ସମ୍ଭାଷଣେ 

ଚାଲି ମୁଁ ପାରୁନି ଜୀବନ ମରୁରେ 

     ଘୁରୁଛି ମୁଁ ଏଣେତେଣେ|


ଅପସରି ଦିଅ ତମସା ଅନ୍ତରୁ 

     ହେଉ ଅନୁଭବ ତଵ 

ସମର୍ପିତ ହେଉ ସକଳ ବାସନା 

     ହୁଅ ତୁମେ ପୂର୍ଣ୍ଣକାମ |


ଡାକୁଛି ମୁଁ କେତେ ଆକୁଳ ହୃଦୟେ 

     ଭକ୍ତି ନଇବେଦ୍ୟ ଦାନେ

ନିର୍ବାପିତ ହେଉ ଅନ୍ତର ଜ୍ୱଳନ 

      ତୁମ ଭକ୍ତି ସୁଧାପାନେ |



Rate this content
Log in