STORYMIRROR

Manorama Mohanty

Others

3  

Manorama Mohanty

Others

ପ୍ରଭୁ ଥରେ ଦେଖାଦିଅ

ପ୍ରଭୁ ଥରେ ଦେଖାଦିଅ

1 min
303

ଚାହିଁଛି ତୁମକୁ ରଚନା କାଳରୁ 

   ପଲକହୀନ ନୟନେ 

ଦିଅ ଦେଖା ପ୍ରଭୁ ଝରାଇ ଆଶିଷ 

   ପୂର୍ଣ୍ଣ କର ବିତରଣେ |


ହଜିଯାଇଥିଲି ଅମା ଅନ୍ଧକାରେ 

  ନିଜକୁ ମୁଁ ଜାଣେ ନାହିଁ 

ଆସିଲି କେଉଁଠୁ ଯିବି କେଉଁଠିକୁ 

  କାହିଁକି ଆସିଲି ମୁହିଁ |


ଖୋଜୁଛି ଆଜି ମୁଁ ପରିଚୟ ମୋର 

   ତୁମ ଶୁଭ ସମ୍ଭାଷଣେ 

ଚାଲି ମୁଁ ପାରୁନି ଜୀବନ ମରୁରେ 

   ଘୁରୁଛି ମୁଁ ଏଣେତେଣେ|


ଅପସରି ଦିଅ ତମସା ଅନ୍ତରୁ 

   ହେଉ ଅନୁଭବ ତଵ 

ସମର୍ପିତ ହେଉ ସକଳ ବାସନା 

   ହୁଅ ତୁମେ ପୂର୍ଣ୍ଣକାମ |


ଡାକୁଛି ମୁଁ କେତେ ଆକୁଳ ହୃଦୟେ 

   ଭକ୍ତି ନଇବେଦ୍ୟ ଦାନେ

ନିର୍ବାପିତ ହେଉ ଅନ୍ତର ଜ୍ୱଳନ 

   ତୁମ ଭକ୍ତି ସୁଧାପାନେ |



Rate this content
Log in