STORYMIRROR

Jisu krishna Das

Others

2.1  

Jisu krishna Das

Others

ପ୍ରଭେଦ ପ୍ରାଚୀର

ପ୍ରଭେଦ ପ୍ରାଚୀର

1 min
412


ମୋ ମନ ଅଧାଭଙ୍ଗା ପାଚେରୀର ଫାଙ୍କ ଦେଇ

ଉଠିଥିବା ଗଛସବୁ ଅଦିନରେ ମରିଗଲେ।

ପତ୍ରସବୁ ଶୁଖିଯାଇ ପବନରେ ହଜିଗଲେ।

ସ୍ମୃତିସବୁ ରଙ୍ଗଛଡ଼ା ଫୁଲ ହେଇ

ମୁଠା ମୁଠା କାଗଜଫୁଲ ପାଲଟିଗଲେ।

ଦୀର୍ଘ ଶତାବ୍ଦୀର ମହକସବୁ

କ୍ଷଣିକେ ଗତକାଲିର

ଗୋପନ ସଂରଚନାରେ ଆଧାର ହେଇଗଲେ।


ଆଉ ଏ ସବୁ ବୋଧେ;

ତୁମ ସହ ପ୍ରଭେଦ ମାବିବା ପରେ ପରେ।


ତୁମେ ଆଉ ମୁଁ!

ତୁମ ସହ କଣ ପ୍ରଭେଦ ମାପିବି ମୁଁ।

ତୁମକୁ ବୁଝୁ ବୁଝୁ

ନିଜେହିଁ ନିଜକୁ ବୁଝିପାରେନା।


ତୁମେ ତ

ଆବେଗ ଓ ଆନ୍ଦୋଳନ

ଅନେକ ଆକର୍ଷଣର କାରଣ

ଓ ନିରାବତାର ଅକୁହା ଶବ୍ଦରାଜି।

ତୁମ ଆକର୍ଷଣର ଅବମାନନାକୁ ନେଇ

କିଏ ବା ଆଗକୁ ଯାଇପାରିବ

କ୍ଷଣ ଦୃଷ୍ଟିର ଉଲଂଘନ କରି!

ତୁମେ ଦୀର୍ଘ ପ୍ରତୀକ୍ଷିତ

ନିଦାଘ ପର ପ୍ରଥମ ଶ୍ରାବଣ ରାତି।


ଆଉ ମୁଁ,

ମୁଁ ଝାଞ୍ଜି ପବନର ତିକ୍ତ ଅନୁଭୂତି,

ଅନାବିଷ୍କୃତ ଇଲାକା

ପରିବ୍ୟପ୍ତ ଉଦ୍ଦୀପନା ଓ କାମନାର ଆବର୍ଜନା ସହ।

ମୁଁ ତୁମ ନିରବତାର ସାଞ୍ଚିସ୍ତୁପ ତଳେ,

ତୁମ ଆକର୍ଷଣର ଅବଶୋଷ ନେଇ

ଅଣନିଶ୍ଵାସୀ ଅପସାରିତ ଚାପଟିଏ।


ମୁଁ ତ ମନ୍ଦିର ମୁଖଶାଳାର

ଅଶ୍ଳୀଳ ଓ ଉଲଗ୍ନ ପ୍ରତିମୂର୍ତ୍ତି ପରେ

ଭର୍ସନାର ପରିତ୍ୟକ୍ତ ମନ୍ତବ୍ୟଟିଏ।

କିଛି ନଷ୍ଟ ଉର୍ବଶୀଙ୍କ ପାଇଁ

ମୁଁ,

ଅଭିଶପ୍ତ ଗନ୍ଧର୍ବଟିଏ।


Rate this content
Log in