STORYMIRROR

ସିମଏ ସୂର୍ଯ୍ୟ ନାରାୟଣ ମିଶ୍ର

Others

3  

ସିମଏ ସୂର୍ଯ୍ୟ ନାରାୟଣ ମିଶ୍ର

Others

ଫୁଲ

ଫୁଲ

1 min
11.7K


ମୁଁ ଫୁଲ କହୁଛି

ହତାଦର କଲେ ବି ମୁଁ ଭଲ ପାଉଛି

କେବେ ଠାକୁରଙ୍କ ମୁଣ୍ଡରେ 

ବା କେବେ ପାଦରେ

ପୁଣି କେବେ ତମ ବିଛଣା ରେ

ତଥାପି ମୁଁ ଅଗଣା ରେ ଫୁଟୁଛି ।


ମୁଁ ଫୁଲ କହୁଛି

ଯେତେ ଖୀନଭିନ କଲେ ବି

ପାଦରେ ଦଳିଲେ ବି

ମୁଁ ମୋ କର୍ତବ୍ୟ କରୁଛି

ସବୁଦିନ ତମ ଅଗଣା ରେ ଫୁଟୁଛି ।


ମୁଁ ଫୁଲ କହୁଛି

ସ୍ୱାର୍ଥ ପର ମଣିଷ

ମୋତେ କେବେ ମୁଣ୍ଡରେ ରଖୁଛି

କେବେ ପୁଣି ଗଳାରେ ପିନ୍ଧୁଚି

କେବେ ପୁଣି ମୋ ପାଇଁ ରୋଜଗାର କରୁଛି

ସ୍ୱାର୍ଥ ପାଇଁ ମୋ ଇଜ୍ଜତ ନିଲାମ କରୁଛି

ତଥାପି ମୁଁ ତାକୁ ଭୁଲି ଅଗଣାରେ ଫୁଟୁଛି ।


ମୁଁ ଫୁଲ କହୁଛି

କେମିତି ବୁଝିବ ମୋ ମନ କଥା

ଥରେ ବ୍ୟବହାରେ ବାସି ବୋଲି

ଅଲୋଡ଼ା ମୁଁ ବାହାରେ ପଡୁଛି

କାହାର ପାଦ ତଳେ ଚକଟି ହଉଚି

ତଥାପି ମୁଁ ଅଗଣାରେ ଫୁଟୁଛି ।


ମୁଁ ଫୁଲ କହୁଛି

ଯେତେ କଷ୍ଟ ହେଲେ ମୁଁ

କାହାକୁ କହିନୀ

ରାସ୍ତାରେ strike କରିନି

ସବୁଦିନ ପରି ଆଜି ବି ଆସିଛି

ସତେଜ ରହିଛି

ମୋ କଥା ମୁଁ ରଖିଛି

ଆଜି ବି ମୁଁ ଅଗଣାରେ ଫୁଟିଛି ।


ମୁଁ ଫୁଲ କହୁଛି

ମୁଁ ଆନନ୍ଦ ରେ ନାଚୁଛି

ଚାରିଆଡେ ମୋ ବାସ୍ନା ରେ ମହକିତ କରିଛି

ଦୃଷ୍ଟ ପ୍ରଜାପତି ମୋତେ ଚୁମା ଦେଇ

ଚୋର ମହୁ ମାଛି ଟା ମହୁ ଚୋରି କଲେ ବି

ତଥାପି ମୁଁ ଅଗଣା ରେ ଫୁଟୁଛି ।


 


Rate this content
Log in

More oriya poem from ସିମଏ ସୂର୍ଯ୍ୟ ନାରାୟଣ ମିଶ୍ର