STORYMIRROR

ସିମଏ ସୂର୍ଯ୍ୟ ନାରାୟଣ ମିଶ୍ର

Others

3  

ସିମଏ ସୂର୍ଯ୍ୟ ନାରାୟଣ ମିଶ୍ର

Others

ମଦ ଔଷଧ

ମଦ ଔଷଧ

1 min
11.8K

    


ହସ ଲାଗୁ ପଛେ

ଏହାହିଁ ସତ୍ୟ

ଦାରୁ ନିଶା ନା ଔଷଧ 

ନା ସେତ ମଦ ଔଷଧ

ସକାଳ ଘଂଟା କଣ୍ଟା ଛୁଏଁ.

ଦଶ ଉପରେ 

ଲମ୍ବା ଲାଇନଟା ପରିସର ଡେଇଁ 

ଲମ୍ବି ଯାଏ  ରାସ୍ତାର ଉପରେ

ପାଖ ଔଷଧ ଦୋକାନ ଟା ଖାଲି    |

ମଦର ଅସାର ଜମେ ଦୋକାନ ଆଗରେ

ପାଟିତୁଣ୍ଡ ହୁଏ ଖଣ୍ଡିଆ ଖାବରା 

ପାଖ ଦୋକାନୀଟି ଉଠେ ଚେୟାରରୁ

ଦେବା ପାଇଁ ବ୍ୟାଣ୍ଡଏଡ଼ ବା

ଖଣ୍ଡିଆର ଦବା

ମଦ ଦୋକାନରେ 

ଶୁଭୁଥାଏ ଘୋ ଘା 

ହୋ ହାଲ୍ଲା ର ଶବ୍ଦ

ସେପଟେ ଔଷଧ 

ଦୋକାନରେ ସନ୍ନଟା 

ପିନ ପଡିଗଲେ

ନିସ୍ତବତା କୁ ଭଙ୍ଗ କରେ   |

ମଦ ଦୋକାନ କାରବାର

ଲକ୍ଷ ରେ 

ସକାଳୁ ଦଶରୁ ରାତି ଦଶ

ପାଖ ଦୋକାନ ଟା ଶୂନ

ମନ ଦୁଃଖରେ ସଟର 

ପକାଉ ପକାଉ 

ପାଟିରୁ ବାହାରି ଯାଏ

ବେପାର ଯୋର ମଦ ଦୋକାନର

ସେ ପରା ମଦ ଔଷଧ ।


.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ସିମଏ ସୂର୍ଯ୍ୟ ନାରାୟଣ ମିଶ୍ର