STORYMIRROR

Bhagya Laxmi Mishra

Others

3  

Bhagya Laxmi Mishra

Others

ନୂତନ ବର୍ଷ

ନୂତନ ବର୍ଷ

1 min
135

ଉଷା ନାୟିକାର କମ୍ର କୁନ୍ତଳେ

         ହସେ ଡିସେମ୍ବରୀ ଫୁଲ

ନୂତନବର୍ଷ ର ଅରୁଣ କିରଣ

         ଲାଗୁଅଛି ଭାରି ଭଲ...

ନୂଆ ବରଷର ସ୍ୱର୍ଣ୍ଣିମ ମୁହୂର୍ତ୍ତେ

        ଛାଡି ଇର୍ଷା ଅଭିମାନ,

ସାମ୍ୟ ମଇତ୍ରୀ ରେ ବାନ୍ଧି ହୋଇ ବନ୍ଧୁ

         ଜିଣ ସଭିଙ୍କର ମନ.....

ମାହେନ୍ଦ୍ର ବେଳାରେ ଜଣାଏ ଆଜି ମୁଁ 

           ତୁମକୁ ଅଭିନନ୍ଦନ,

ତୁମ ଚଲା ପଥେ ଝରି ପଡ଼ୁ ସଦା

        ଅସଂଖ୍ୟ ଶ୍ରଦ୍ଧା ସୁମନ

ବାହୁ ଛାୟାତଳେ ଆଶରା ଦିଅନ୍ତୁ

      ପ୍ରଭୁ ଜଗତର ନାଥ,

ସୁଖ,ସମୃଦ୍ଧି ରେ ପରିପୂର୍ଣ ହୁଅ

      ସ୍ବପ୍ନ ତୁମ ହେଉ ସତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍