STORYMIRROR

Santosh Kumar Ojha

Others

4  

Santosh Kumar Ojha

Others

ନିଷିଦ୍ଧ ଇଲାକା

ନିଷିଦ୍ଧ ଇଲାକା

1 min
262

ଆସନ୍ନ ବିପଦ ଆଶଙ୍କାକୁ ଜାଣି

        ଜାରି ପ୍ରାଚୀରରେ ପତ୍ରିକା,

ସତର୍କ ସୂଚନା ଲେଖି ଫଳକରେ

         ଘୋଷିତ ନିଷିଦ୍ଧ ଇଲାକା ।


ସର୍ବ ସାଧାରଣ ଯିବାକୁ ବାରଣ

        ଫଳକରେ ଲେଖା କାରଣ ,

ନମାନିଲେ ମନା  ପଡ଼େ ଜୋରିମାନା 

         ହେଇପାରେ ଦଣ୍ଡ ବିଧାନ ।


ବନ୍ୟ ହିଂସ୍ର ଜନ୍ତୁ   ଯାତାୟତ ପଥେ

           ଯିବାକୁ ବାରଣ ଏକା ,

ଅକାରଣେ ପ୍ରାଣ ଚାଲି ଯିବ ବୋଲି

         ଘୋଷିତ ନିଷିଦ୍ଧ ଇଲାକା ।


ଯୌବନ ହାଟକୁ  ବାରଣ ଯିବାକୁ

          ମହାମାରୀ କିଣା ବିକା ,

କ୍ଷଣିକ ସୁଖରେ  ନରକ ଯାତନା

        ସେ ଲାଗି ନିଷିଦ୍ଧ ଇଲାକା ।


ଭଙ୍ଗା ପୋଲ ଭଙ୍ଗା ଉଚ୍ଚ ଅଟ୍ଟାଳିକା 

      ଦେଇ ପାରେ କେବେ ଧୋକା ,

ଆଗ୍ନେୟଗିରି ଭୂକମ୍ପ ପ୍ରବଣ

          ଅଞ୍ଚଳ ନିଷିଦ ଇଲାକା ।


ଚୋରାବାଲି କ୍ଷେତ୍ର ପଙ୍କିଳ ପନ୍ତାଳ

           ଗହିରିଆ ବେଳାଭୂମି ,

ନିଷିଦ୍ଧ ଇଲାକା ଏସବୁ ଅଞ୍ଚଳ

          ବାରଣ ଯିବାକୁ ଭ୍ରମି ।


ଅଜଣା ସାଗରେ ଅଦେଖା ଆକାଶେ

        ଆପେ ବନି ଯିବ ବୋକା ,

ସାଗରରେ ଗଣ୍ଡ ଆକାଶରେ ଗର୍ତ୍ତ

         ଚର୍ଚ୍ଚିତ ନିଷିଦ୍ଧ ଇଲାକା ।

        


Rate this content
Log in