ନିଜର ନିଜର ଲାଗୁ
ନିଜର ନିଜର ଲାଗୁ
1 min
394
ତୋ ଆଖିରେ ଲୁହ ଦେଇ
ମୁଁ କେମିତି ରହିବି ଖୁସିରେ,
ଥରୁଟିଏ ତ ଚିନ୍ତା କର,
ତୋ ବିନା ମୋର କଣ ହଉଥିବ,
ତୁ ଥିଲୁ କଥା ଅଲଗା ଥିଲା l
ହୃଦୟର ବେଦନାକୁ ତୋ
ଆଗରେ ବଖାଣି ଦେଉଥିଲି,
ସବୁ ତ ନୁହେଁ କିଛି ମାତ୍ରାରେ,
ଏବେ ତ,
ତୁ ବି ଚାଲିଗଲୁ
ଏକା ଏକା ଛାଡି,
କାହା ଆଗରେ କହିବି,
ବାକିତକ ଜୀବନ ଜିଇଁବି କେମିତି?
ତୁ କହିଲୁ!
ବ୍ୟସ୍ତତାରେ ବିତିଯାଏ ସମୟ,
କିନ୍ତୁୁ ରାତିରେ ଏକା ଏକା ହୁଏ
ଅନୁଭବ,
କିଛି ଦିନର ସମ୍ପର୍କ ହେଲେ ବି!
କେଜାଣେ କାହିଁକି;ତୁ ବହୁତ
ନିଜର ନିଜର ଲାଗୁ ll