ମୋ ଓଡ଼ିଶା (ଭାଗ-୦୮) - ଓଡ଼ିଆ ଙ୍କ ବଳିଦାନ
ମୋ ଓଡ଼ିଶା (ଭାଗ-୦୮) - ଓଡ଼ିଆ ଙ୍କ ବଳିଦାନ
ଭାରତର ସ୍ବାଧୀନତା ଆନ୍ଦୋଳନରେ
ଓଡ଼ିଶାର ଅବଦାନ କମ୍ ନୁହେଁ ରେ ।
ଏ ମାଟିର ପୁଅ ସେ ନେତାଜୀ ସୁଭାଷ
ଦେଶାନ୍ତର ହୋଇବି କରିଲେ ସଙ୍ଘର୍ଷ ।
ବୀର ସୁରେନ୍ଦ୍ର ସାୟ ଘେସ୍ ପରିବାର
ଦେଶ ପାଇଁ ବଳିଦେଲେ ପ୍ରାଣ ତାଙ୍କର ।
ଲକ୍ଷଣ ନାୟକ ସେ ଚକରା ବିଶୋଇ
ରେଣ୍ଡୋ ମାଝୀ ଙ୍କ ଦାନ ଭୁଲି ହେବ ନାହିଁ ।
ଶେଷ ରକ୍ତ ଥିବାଯାଏ ଲଢେଇ କରିଲେ
ପ୍ରାଣବଳି ଦେଇ ସେ ସହିଦ ହୋଇଲେ ।
ପାପଡାହାଣ୍ଡି ଇରମ ପାଣିମରା ଗାଁ
ସହିଦଙ୍କ ଗାଁ ବୋଲି ଦେଶ ଘଷେ ନାଁ ।
ଭୁବନ ଗାଁଆର ଶିଶୁ ବାଜି ରାଉତ
ମରିଗଲା ପଛେ ସିଏ ଛାଡିଲାନି ଘାଟ ।
ରମାଦେବୀ ଅର୍ଣ୍ଣପୂର୍ଣ୍ଣା ପାର୍ବତୀ ଗିରି
ଏମତି ତ କେତେକେତେ ଓଡ଼ିଆ ନାରୀ,
ଗାନ୍ଧିଙ୍କ ଡାକରାରେ ଅହିଂସା ସମରେ
ଝାସଦେଇ ସେମାନେ ଚାଲିଲେ ଆଗରେ ।
ଛାଡିଲେ ବିଦେଶୀ ଦେଶ ଜଗାଇ ଆଶା
ଓଡିଶା ଓଡିଶା ମାଆ ମୋର ଓଡିଶା....ll
