STORYMIRROR

Dr.Prativa manna

Others

3  

Dr.Prativa manna

Others

ମନେ ପଡ଼େ

ମନେ ପଡ଼େ

1 min
156

ହାତରେ ହାତ ଛନ୍ଦି

ଚାଲିଯାଉ ଥିଲେ ଏକାଠି

ଏ ଝରଣା ଏ ଗିରି

ଆମ ପ୍ରେମର ସାକ୍ଷୀ

ଅଛି ଆଜି ସେହି

ପର୍ବତ ସେହି ଝରଣା

ନାହଁ ଆଜି ତମେ

ଅଛି ଖାଲି ତମ ସ୍ମୃତି।


ଜୀବନର ଅଙ୍କା ବଙ୍କା ପଥେ

ଆଗକୁ ଯିବାର ମାର୍ଗ

ଦେଖେଇ ଥିଲ ମୋତେ

ଯେବେ ମୁଁ ଯିବାକୁ

ଚେଷ୍ଟା କରିଲି

ଫେରିଲ ନାହଁ ଆଉ ତମେ ।


କହି ବି ପାରୁନି

କି ତମେ ମୋତେ

ପ୍ରତାରଣା ଦେଲ

କାହିଁକି ନା ତମେ

ଏ ମାଟିର ବୀର ସନ୍ତାନ

ପୁଲବାମା ଆକ୍ରମଣେ

ଆମକୁ ଛାଡି ଚାଲିଗଲ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Dr.Prativa manna