ମଝି ନଈରେ
ମଝି ନଈରେ
1 min
241
ପହଁରା ଶିଖିନି ବୋଲି ତ
ତମ ପିଠି ରେ ବସି ଥିଲି
ଅଥଚ __ମଝି ନଈ ରେ କହୁଚ
ଓହ୍ଲାଇ ପଡ଼ !
ତୁମରି ଏଇ ଗୁଣ ଜାଣି ଥିଲି
ସରଳ ବିଶ୍ୱାସୀ ମୁଁ ।
ମୋର ସବୁ ତକ
ତମ ନାଁ ରେ ଲେଖି ଦେବି
କୂଳ ରେ ପହଂଚିଲା ପରେ
ନଈ ମଝିରେ
ଏମିତି କଥା ନ ଦିଆ ଯାଇ
ଆଉ କ'ଣ କରି ହୁଅନ୍ତା
ମୋ ପରି ଅପାରଗ ପକ୍ଷେ
କହୁନ !
