STORYMIRROR

Amulya Kumar Panda

Others

3  

Amulya Kumar Panda

Others

ମୌସୁମୀ ଗୋ

ମୌସୁମୀ ଗୋ

1 min
14.3K


ମୌସୁମୀ ଗୋ ତୁମେ ଜ୍ଵଳନ୍ତ ପ୍ରାଣର

ନୀଳ ଜଳ ରାଶି ସିନ୍ଧୁ

ମନ ଉପବନେ ଶୀତଳ ପରଶ

କୋଟିଏ ପ୍ରାଣର ବିନ୍ଦୁ....

ମୌସୁମୀ ଗୋ ତୁମେ ଦୂର ଅକାଶରେ

ଚାତକର ଦିବ୍ୟ ଦୃଷ୍ଟି

ମରୁ ପ୍ରାନ୍ତରରେ ଆଶାର କିରଣ

ସବୁଜ ବନାନୀ ସୃଷ୍ଟି....

ମୌସୁମୀ ଗୋ ତୁମେ ଚାଷୀର ଭରଷା

ସୁବର୍ଣ୍ଣ କ୍ଷେତର ଆଶା

ମରତ ଭୂଇଁରେ ମାଟିର ମହକ

କବିର ହୃଦୟ ଭାଷା....

ମୌସୁମୀ ଗୋ ତୁମେ ବେଙ୍ଗୁଲୀ ରାଜ୍ୟର

କୋଳାହଳ ଭରା ହାଟ

ମଖମଲି ଘାସ ଗାଲିଚା ଉପରେ

ସାଧବ ବୋହୂର ପାଟ....

ମୌସୁମୀ ଗୋ ତୁମେ କୁନି ପିଲାଙ୍କର

କାଗଜର ଭସା ନାଆ

ମନ୍ଦ ମନ୍ଦ ହସ ଖରାର ଡହକେ

ଜୀବନ ଶୀତଳ ବାହା....

ଅମୂଲ୍ୟ କୁମାର ପଣ୍ଡା

ଅରଙ୍ଗାବାଦ, ବରୀ, ଯାଜପୁର755003


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍