STORYMIRROR

Santosh Kumar Ojha

Others

3  

Santosh Kumar Ojha

Others

ମାଆ

ମାଆ

1 min
186

ମାଗି ଆଣି ଚନ୍ଦ୍ରମାଠୁ

    ଯେତେ ଯେତେ କଅଁଳ

    ଉଷୁମ ସୋହାଗ

    ଝୋଟି ଦେଇ ଥାଏ ସେ

    ଲୁହର ମୂରୁଜରେ ଗୋଳି ,

ଆଖି ବୁଜି ନିରବରେ

    ସହି ଯାଏ ଯେତେ ଯେତେ

    ଯାତନା, ଲାଞ୍ଛନା

    ଦୁଃଖ ଖୁଣ୍ଟି ସୁଖ ବାଣ୍ଟେ

  ସ୍ନେହ, ପ୍ରେମ, ମମତାରେ ବୋଳି ।


Rate this content
Log in