ମାଆ
ମାଆ
1 min
283
ଜନମ ହେଲା ଦିନୁ ପହେଲା କରି,
ନେଇଛେ ତୋର ନା ମୁଇଁ ,
ଧଏନ ଆଉ ଗୋ ମା ତୁଇଁ
ଧଏନ ଆଉ ଗୋ ତୁଇଁ ।
ଦଶ ମାସ ଦଶ ଦିନ ପେଟେ ରଖି,
ଦେଖେଇଛୁ ଦୁନିଆ ତୁଇଁ ,
ତୋର ନୁ ବଡ଼ କେହି ନାହିଁ
ଧଏନ ଆଉ ଗୋ ତୁଇଁ ।
ନିଜର ପିଲାର ଖୁସି ଲାଗି ଯିଏ,
ବିଷକେ ଅମୃତ ଭାବି ପି ଦେଶୀ,
ସେଟା ଆଉ ଗୋ ମା ତୁଇଁ ,
ଧଏନ ଆଉ ଗୋ ମା ତୁଇଁ ।
ମାଆ ର ମହିମା ଯେତେ ଗାଏମା ,
ଲାଗବା ଆମକୁ ଉନାଁ ଉନାଁ ।
ତୋର ନୁ ବଡ଼ କେହେ ନାଇଁ
ଧଏନ ଆଉ ଗୋ ତୁଇଁ ।
