Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mohanty

Others

4  

Manorama Mohanty

Others

ମାଆ ତୁମେ ମୋର

ମାଆ ତୁମେ ମୋର

1 min
355



ମାଆ ମାଆ ବୋଲି ଡାକୁଛି ଅଥୟେ 

      ନିଅ ମା କୋଳକୁ ଟାଣି

ତୋ ଛାତି ମମତା ଚରଣ ଧୂଳି ଠୁଁ 

      ବଡ଼ କେ ପାରୁନି ଜାଣି |


ସେହି ଧୂଳି ମୋର ପ୍ରାଣର ବିଭୁତି 

      କିଛି ମାଗୁନାହିଁ ତୋତେ

ମୋ ପାଇଁ ତ ତାହା କୋଟି ଅଇଶ୍ୱର୍ଯ୍ୟ 

      ନୀରବରେ ମଥାପାତେ |


ଫୁଲର ସୁରଭି ଅଗ୍ନି ର ଦହନ 

       ତୁଷାର ର ଶୀତଳତା

କବି ମାନସ ର କଳପନା ତୁମେ 

       ମଦିରା ର ମାଦକତା |


ଶିଶୁ ର ଓଠରେ ମିଠାହସ ତୁମେ 

       ସରଳତା ବାଳକ ର

ପୁରୁଷ ହୃଦୟେ ପ୍ରତ୍ୟୟ ତୁମେ ତ 

       ବିଳାସ ନାରୀ ମନର |


କ୍ଷେତ ରେ ତୁମେ ତ ଶସ୍ୟ ସବୁଜିମା 

       ଧରାକୁ କରିଛ ପୂର୍ଣ୍ଣ

ଆକାଶ ର ନୀଳ ରଙ୍ଗ ତୁ ମାଆ ଲୋ 

        ଶରତେ ପୁନେଇଁ ଜହ୍ନ |


ଜନନୀ ବୁକୁରେ ସୁଧା ହୋଇ ଝର 

        ତୁମେ ବାତ୍ସଲ୍ୟ ମମତା 

କଳୁଶ ନାଶିନୀ ଦିଅ ଗୋ ଆଶିଷ 

        ଚରଣେ ନୁଆଁଏ ମଥା |



Rate this content
Log in