ମାଆ ତୋ ପାଇଁ
ମାଆ ତୋ ପାଇଁ
ମାଆ ତୋ ପାଇଁ କଣ ବା ଲେଖିବି,ତୋ ଠାରୁ ମୁଁ ଲେଖିବା ଶିଖିଛି।ତୁ କହୁ ତତେ ବୁଲେଇ ନେବି, ତୋ ପାଇଁ ପା ଦିନିଆ ଦେଖିଛି।
ତୁ କହୁ ତତେ ଭଳପାଇବିି,ତୋ ଠାରୁ ପରା ସବୁ ଶିଖିଛି।
ତୁ କହୁ ବୁଦ୍ଧ କାଳେ ବାଡି ଟିଏ ହେବି,ତୋ ହାତ ଧରି ମୁଁ ଚାଲି ଶିଖିଛି।
ତୁ କହୁ ଦୁଷ୍ଟହନି କାଳେ ପଡ଼ିଯିବୁ,କାଲି ପଡ଼ୁଥିଲି ଦୌଡିକି ଆଜିବି ପଡୁଛି।
ଆଙ୍ଗୁଳିରେ ସଲଖିଲୁ ବାଟ ପଣତରେ ଭୟ ଦେଲୁ ପୋଛି,
ବଡ଼ ହେଇ ଆଜି ନିଜ ଭାଗ୍ୟ ମତେ ଭାରି ଡରାଉଛି।
ଖରାରୁ ଆସିଲେ କାନିରେ ଝାଳ ଦେଇଥିଲୁ ପୋଛି,
ଦାମିକା ରୁମାଲ ତୋ କାନି ର ସମାନ କଣ ହୋଇପାରିଛି।
ତୋ ହାତ ର ପଖାଳ ଭାତ ମୋ ପାଇଁ ଅମୃତ ସିଏ,
ଯେତେ ଭଲ କରି ରୋଷେଇ କଲେ ବି ତ ସମ କିଛି ନୁହେଁ।
ମୋ ପାଇଁ ଯେତେ ଓଷା ବ୍ରତ କରୁ ସବୁ ମୁଁ ଦେଖିଚି ଜାଣିଚି,
ତୋ ଆଗେ ସିନା କାହା ନାଇ ମା ଛାତିରେ ଚାପି ଦେଇଛି।
କେହି ଯଦି ତତେ କହିଦିଏ କିଛି ଲୁହ ତୋ ଜକେଇ ତଳକୁ ଆସେ,
ମୁଁ କାଳେ ଦେଖି ପଚାରି ଦେବୀ ଆଖି ତୋ ଲୁଚେଇ ରଖେ।
ମାଆ ତୋ ଗଭୀରତାକୁ କିଏ ବା ମାପିପାରିଛି,
କି ଅବା କାରଣେ ମୁଁ ବୃଥା ଚେଷ୍ଟା ରେ ଲାଗିପଡ଼ିଛି।
