STORYMIRROR

ରିଙ୍କି ପ୍ରଧାନ

Others

3  

ରିଙ୍କି ପ୍ରଧାନ

Others

ଜୀବନ

ଜୀବନ

1 min
150

କହରେ ହୃଦୟ ତୁ କାହିଁକି ଅଧିର

   କିଏସେ ଆପଣା ତୋର

 ମିଛ ଆଶା ପୁଣି ମିଛ ସ୍ବପ୍ନ ପାଇଁ

    ଭୁଲିଲୁ ଖୁସି ନିଜର ।


 ନିଷ୍ଠୁର ଦୁନିଆ ବୁଝେନାହିଁ କିଛି

  ଏଠି କେହି ନୁହେଁ କାହାର

 ନିଜ ଛାଇ ସେତ ନିଜର ନୁହେଁ

   ପର କି ହେବ ଆପଣାର ।


 ସତେ ଏ ଜୀବନ ବଡ଼ ବିଚିତ୍ର

   ଅନେକ ଯନ୍ତ୍ରଣା ଭରା

 ସୁଖ ଦୁଃଖ ସବୁ ଆପଣାର କରି

   ବଞ୍ଚିଲେ ବଞ୍ଚିବୁ ପରା ।  


Rate this content
Log in