STORYMIRROR

Panchanan Jena

Children Stories Children

3  

Panchanan Jena

Children Stories Children

କୁସୁମାଞ୍ଜଳୀ

କୁସୁମାଞ୍ଜଳୀ

1 min
162


ହେମରେଣୁ ଆଜି ପ୍ରଦୋଷେ ବିରାଜି

  ଦୁର୍ବ।ଦଳ ମଥାନରେ

ବିକିରଣେ ତାର ପ୍ରକାଶେ ସଂସାର

  ଆଭା ପ୍ରଭା ସ୍ୱଇଚ୍ଛାରେ ।


ଆଜି ଜନ୍ମ ଦିନେ ସ୍ମିତହାସ୍ୟାନନେ

  ପାଦ ନ ଲାଗୁ ଭୂଇଁରେ

ସବୁକୁ ଖୁଏଇ ସୁମନାସ ନେଇ

  ଆତ୍ମସନ୍ତୋଷରେ ହସୁଥାରେ ।


ଧରାବତରଣେ ଆନନ୍ଦ ଉତ୍ସବ

   ଘରେ ପୁରେ ଅଫିସରେ

ମଜା ମସ୍ତି ହେଉ ହସ କଥା ଥାଭ

  ବ୍ୟସ୍ତ ଜୀବନର ଧାରେ ।


ମାଗୁଣି ଆମର ନୀଳାଦ୍ରୀ ପୟର

  ବାଞ୍ଛା କଳ୍ପବଟ ତଳେ

ବାବୁଙ୍କୁ ଆମର ଆଶ୍ରା ଦେଇ କର

   କୁସୁମାଞ୍ଜଳୀ ବାଢ଼େ ଶ୍ରଦ୍ଧାରେ ।




Rate this content
Log in