STORYMIRROR

Panchanan Jena

Others

2  

Panchanan Jena

Others

କୋହଲା ଶୀତ

କୋହଲା ଶୀତ

1 min
5.4K


ଆରମ୍ଭେ ଶୀତ ସକାଳ ଆସେ ଧାଇଁ ଧାଇଁ

ଦ୍ବିତୀୟରେ ବର୍ଷା ଟପ୍ ଟପ୍ ହାଇଁ ପାଇଁ

ବେଳ ହେଲାଣି ସାଢେ ସାତଟା

ସକାଳ ସୂର୍ଯ୍ୟର କାହିଁ ଦେଖା ନାହିଁ ?

ମେଘୁଆ ପାଗର ଏକଛତ୍ର ସାମ୍ରାଜ୍ୟ ରାଜୁତି

ମେଘାମ୍ବରୀ ଦିଗାମ୍ବରୀ ଚାଦର ଘୋଡିଛି

ଘେରି ରହିଛି ଗଗନେ ପବନେ ମଗନେ

କୋହଲା ପବନ ପେଲି ଚାଲିଛି ଜୋରଦାର

କାନପଟ ତାଳୁରୁ ତଳିପା ହେମାଳ ବାରମ୍ବାର ।

ତନ୍ତ୍ର ଯନ୍ତ୍ର ସବୁ ଛତ୍ରଭଙ୍ଗ ପଛଘୁନ୍ଚା ଶରୀରର

ମେରୁଦଣ୍ଡିରୁ ଅମେରୁଦଣ୍ଡି ନିକମ୍ମା ଶତବାର

କାଚ ଝରକାରେ ମୃଦୁ କରାଘାତ ତାର

ଥରେଇ ମରେଇ ଦେଉଛି ବାର ବାର

ସକାଳ ବୁଲା ମରନିଂଗ ୱାକ୍ କ୍ଯନସେଲ୍

ନନା ଚା'ଦୋକାନ ଖଟି ସାଙ୍ଗ ମେଳି



ଚା' କପ୍ ରେ ରାଜନୀତିର ବାନ୍ଫ

ଢେଙ୍କାନାଳରୁ ଢେନ୍କିଶାଳ

ପଲ୍ଲିରୁ ଦିଲ୍ଲୀ

ସବୁ ଆଜି ପାଣିଚିଆ ମାଇଚିଆ

କୋହଲା ଶୀତ ଆଗରେ ଶୋଇପଡିଛି

ନଇଁ ପଡିଛି ମେଲେଇ ପଡିଛି

ଡାହାଳ ଆଲ୍ ସେସିଆନ୍ ଆଗରେ

ମାଈକୁକୁର ପରି ନେଫେଡି ଥୋଡି ଫାଡୁଛି।

ମନେ ଆସେ ଅନୁଶୋଚନା ବହୁବାର

କୃଷକମାନଙ୍କୁ କାହିଁ କୋହଲା ଶୀତ ?

ଧାନକଟା ଚାଲିଛି

ବିଡାବୁହା ହେଉଛି

ଚିରା ମଇଲା ସାର୍ଟରେ

ନାଲି ଖୋର୍ଦ୍ଧା ଗାମୁଛାର ଛାଟ୍ ରେ

ଶୀତଳ ହେମାଳ ଶୀତ ହାର୍ ମାନିଛି।

ଉତ୍କଳୀୟ ପୁର ପଲ୍ଲୀର ନାରୀ

ପନ୍ଚୁକ ଗୁରବାର ପାଳନକାରି

ବରଫ ପାଣି ମୁଣ୍ଡ ବୁଡାଣି

କରନ୍ତି ବ୍ରତ କାହିଁ ଶୀତର ଫୁଟାଣି ?


ଏ ସଖାଳୁଆ କୋହଲା ଶୀତୁଆ ଉମଙ୍ଗ

ଆଣୁଛି ଅଖାଡୁଆ ଅଶେଷ ତରଙ୍ଗ

ଅଦା ଛେଚି ଚା' ଫୁଟେଇଲି

ଉତୁରୁଥିବା ବାମ୍ଫର ଦବଂଗ ଷ୍ଟାଇଲରେ

ଚାଷୀବାପୁଡା ଲଷ୍ମୀପାଦ ମହିୟସୀ ଆଗରେ

ସଲାମ୍ ନମସ୍କାର ନମସ୍ତେ ମୁଦ୍ରାରେ

ପେଳେହି ପାଣିଆ ଏ ଅକିନ୍ଚନର ଧମନୀରେ

ଆସିଗଲା ଶତ ସିଂହର ପରାକ୍ରମ ବଳ

ଦୁର୍ବଳ ମନ ଉପରେ ସବାର୍ ହେଲା

ରାଜା ବିକ୍ରମାଦିତ୍ଯ ଉପରେ ବସିଲା ବେତାଳ ।




ଯିବାକୁ ଅଛି ବହୁଦୂର ପଥ ଯେ ବନ୍ଧୁର

କାନ୍ଧରେ ଅଗଣିତ ଜିମ୍ମେଦାରି ଯେ ସବାର

କୋହଲା ଶୀତ କୁଆଡେ ରଫା ଦଫା ଫେରାର।



Rate this content
Log in