STORYMIRROR

Manorama Mohanty

Others

4  

Manorama Mohanty

Others

କିଏ ଡାକେ କଳା କହ୍ନେଇ

କିଏ ଡାକେ କଳା କହ୍ନେଇ

1 min
189


କିଏ ଡାକେ ତୋତେ ମୁରଲୀଫୁଙ୍କା ରେ 

କିଏ ଡାକେ କଳା କହ୍ନେଇ 

କିଏ ଡାକେ ପୁଣି ବ୍ରଜରସିକ ରେ 

କିଏ ଡାକେ ବାହୁ ମେଲେଇ ।


କିଏ ଡାକେ କାହ୍ନୁ ଆ ମୋ ପାଖକୁ 

ନେବି ଟିକେ ତୋତେ କୋଳେଇ, 

କିଏ ଝୁରିହୁଏ ହେ ନନ୍ଦନନ୍ଦନ 

ତୋ କରୁଣା ଦେ ଝରେଇ ।


କିଏ ଡାକି କୁହେ ଭାଙ୍ଗିଲା ମୋ ହାଣ୍ଡି 

ଧର ଧର ତାକୁ ଧର ରେ, 

ଗୋପବାଳୀଙ୍କର ବସନ ଚୋରାଇ 

ମିଛେ ମିଛେ ହେଉ ଚୋର ରେ ।


ଧେନୁପଲ ନେଇ ଚରାଇବା ମିଛ 

ସାଥୀ ମେଳେ କରୁ ତାମସା, 

ଜାଣି ଶୁଣି ଯେତେ ଦୃଷ୍ଟାମୀ କରିଣ 

 ଖାଲି ହେଉ ରେ ଲୋକହସା ।


ହେ ଯଶୋଦାସୂତ ହେ କେଶବ କୃଷ୍ଣ 

 ତୁମେ ବେଣୁଧର ରାଧାମାଧବ, 

ହେ ବାଙ୍କଚୁଳିଆ ହେ ନୀଳାଚଳିଆ 

ତୁମ ନାମ କିଏ ଛାଡିପାରିବ ।


ହେ ବଂଶୀଧର କରହେ ବିଚାର 

ଢାଳିଦିଅ ମର୍ତ୍ତେ କରୁଣାଧାର, 

ସଞ୍ଜିବନୀ ହୋଇ ତୁଣ୍ଡରେ ସେ ପଡୁ

ଦିବ୍ୟ ଚେତନାର ପବିତ୍ରଝର ।



Rate this content
Log in