କିଏ ବା ନଜାଣେ ସେ ମା' କୁ
କିଏ ବା ନଜାଣେ ସେ ମା' କୁ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଦୁଃଖ ହାରିଣୀ ଯେ ମା' ତାରିଣୀ ସେ ,
କିଏବା ନଜାଣେ ସେ ମାଆକୁ !
ଛାଡି ଶ୍ରୀକ୍ଷେତ୍ରକୁ ଭକତ ପାଇଁକି ,
ଆସିଲା ସେ ଘଟଗାଁକୁ !!
ଭକତର ଡ଼ାକ ତାକୁ ଯେ ଅବାଟ ,
ନଦେଖେ ସେ ଆଗପଛକୁ !
ସେଥିପାଇଁ ସିଏ ମହିଂସାକୁ ମାରି ,
ରଖିଲା ଜଗତଯାଙ୍କୁ !!
ପ୍ରୀତିର ପରାଗେ ହୃଦୟରୁ ଡାକେ ,
ପାଏ ଯିଏ ସେହି ମାଆକୁ !
ମାଆ ତ ଅମୃତ ସେନେହରେ ପ୍ରୀତ ,
ଧରିନିଏ ତା'ର ନାଁକୁ !!
କିଏ ବା ନ ଜାଣେ ସେ ମାଆ କୁ....
ରକ୍ଷା କବଚଟେ ବାନ୍ଧିବି ବୋଲିକି ,
&
nbsp; ବୁଲୁଥାଏ ଗାଁ ,ଗାଁକୁ !
ମାଆ ତ ସେଠାରେ ଅଧିଷ୍ଠାତ୍ରୀ ଦେବୀ ,
ରଖିଲା ମୋ ଜୀବନକୁ !!
ଫୁଲ ,ଫଳ ପୂର୍ଣ୍ଣ ବଣ ମୁଁ ଦେଖିଛି ,
ଦେଖିନାହିଁ ଶାଳ ବଣକୁ !
ନୀଳ ବର୍ଣ୍ଣ ଦିଶେ ପର୍ବତ ଶିଖରେ ,
ଚାହିଁଥାଏ ଖାଲି ମାଆକୁ !!
ମନ୍ଦାର ବଗିଚା ଦିଶେ କେଡେ ଶୋଭା ,
ନାଲି ରଙ୍ଗ ତାର ଦେହକୁ !
ଭକତଟେ ଯେବେ ଭକତି ମନରେ ,
ଟେକି ଦିଏ ତାର ମଥାକୁ !!
କିଏ ବା ନ ଜାଣେ ସେ ମାଆକୁ.....