କେତେ ଶରଧା ରେ ଗଢ଼ିଛ ଆମକୁ
କେତେ ଶରଧା ରେ ଗଢ଼ିଛ ଆମକୁ
1 min
168
ତୁମେ ତ ଗଢ଼ିଛ ସୁନ୍ଦର ଆକାଶ
ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାରା
ଗଢ଼ିଛ ପୁଣି ଏ ସୁନ୍ଦର ପୃଥିବୀ
କୋଟି ଜୀବ ଜନ୍ତୁ ଭରା
କେତେଶରଧା ରେଗଢ଼ିଛଆମକୁ
ଦେଇଛ ହୃଦୟମନ
ଦେଇଛଜୀବନ ଦେଇଅଛପୁଣି
ବଞ୍ଚିବାର ଉପାଦାନ
ପ୍ରତ୍ୟୁଷ ପ୍ରଦୋଷ ସରଜନାତୁମ
ଦିନ ଯାଏ ରାତି ଆସେ
ଗ୍ରୀଷମ ବରଷା ଶୀତବସନ୍ତର
ଋତୁ ଆସେ ଋତୁଶେଷେ
ଆମ ପାଇଁ ତୁମେ ଧରାକୁ କରିଛ
ରୂପ ରସ ଗନ୍ଧ ଭରା
ଜୀବନ ମରଣ ତୁମରି ଭିଆଣ
ହସ ଖୁସି ଯୁବା ଜରା
ତୁମେ ଇଚ୍ଛାମୟ କରୁଣାସାଗର
ଭକ୍ତ ଜନ ଦୁଃଖହାରୀ
ଜୀବନ ଯାତନା ସବୁକୁ ଭୁଲିଛି
ନାମ ତୁମ ସ୍ମରି ସ୍ମରି.
