STORYMIRROR

Satyasai Naik

Others

4  

Satyasai Naik

Others

କେମିତି ଭୁଲିବି ତୋତେ

କେମିତି ଭୁଲିବି ତୋତେ

1 min
365


କେମିତି ଭୁଲିବି ତୋରି ମୁହଁ

ଜାଣିନିରେ ଜ୍ଯୋତି ଭାଇ

ଫଟୋ ଦେଖି ଦେଲେ , ଲୁହ ଗଡୁଛି

ନଈ ଆଉ ସମୁଦ୍ର ପରି । 


ସମ୍ପର୍କ ନଥିଲେ ବି ତୋରି ସାଥେ

ଭୁଲି ମୁଁ ପାରୁନି ତୋତେ

ଜାଣିନି ବିଧାତା କେତେ ଯେ ଦୁଃଖ

କାହିଁକି ଦେଲା ତୋତେ ।


ସରଳ ମନ ମୋଟୁ ମୋ ଭାଇନା 

କେତେଯେ କଷ୍ଟ ପାଇଲା

ରାଜଧାନୀ ରେ ଡ୍ରେନରେ ଖସି

ଜୀବନ ତାର ଗଲା । 


ଏତିକି ପ୍ରାର୍ଥନା କରୁଛି ହେ ଭାଇ

ତୋରି ଆତ୍ମା ସତଗତି ନିମନ୍ତେ

କଷ୍ଟ ପାଇଲୁ ମୁତ୍ଯୁ ଭବନେ

ସର୍ଗରେ ରହ ସୁଖେ ।


Rate this content
Log in