ଘରଚଟିଆ
ଘରଚଟିଆ
1 min
317
ଘର ଚଟିଆ ଘର ଚଟିଆ ..
ଘର ଘର ବୁଲି ରାବୁଥାଉ
କିଚିରି ମିଚିରି ଶବଦ କରି
ଗୁଣୁ ଗୁଣୁ ତୁ ହୋଉଥାଉ।
କାହିଗଲା ତୋର ସେହି ଶବଦ
ଶୁଣା ଯାଉ ନାହିଁ ଆଉ
କାହି ଗଳା ତୋର ପ୍ରଜାତି
ଦେଖାଯାଉ ନାହିଁ ଆଉ।
ଧାନ ଜଗିବାକୁ ପଢୁନି ଏବେ
ତୋର ଚଗଲାମି ପାଇଁ
ବାଡି ଧରିବା କୁ ପଡୁନି ଏବେ
ତୋର ଅପେକ୍ଷା ପାଇଁ।
ପରିବେଶ ତୋତେ ଖାପ ଦେଲାନି
ଆମରି ଭୁଲ ପାଇଁ
ଝିକର୍ କୁଡିଆ ଘର ନାହିଁ ଆଉ
ତୋହରି ରହିବା ପାଇଁ।
