STORYMIRROR

Satyasai Naik

Others

3  

Satyasai Naik

Others

ଘରଚଟିଆ

ଘରଚଟିଆ

1 min
304


ଘର ଚଟିଆ ଘର ଚଟିଆ .. 

ଘର ଘର ବୁଲି ରାବୁଥାଉ

କିଚିରି ମିଚିରି ଶବଦ କରି

ଗୁଣୁ ଗୁଣୁ ତୁ ହୋଉଥାଉ।


କାହିଗଲା ତୋର ସେହି ଶବଦ

ଶୁଣା ଯାଉ ନାହିଁ ଆଉ

କାହି ଗଳା ତୋର ପ୍ରଜାତି

ଦେଖାଯାଉ ନାହିଁ ଆଉ। 


ଧାନ ଜଗିବାକୁ ପଢୁନି ଏବେ

ତୋର ଚଗଲାମି ପାଇଁ

ବାଡି ଧରିବା କୁ ପଡୁନି ଏବେ

ତୋର ଅପେକ୍ଷା ପାଇଁ। 


ପରିବେଶ ତୋତେ ଖାପ ଦେଲାନି

ଆମରି ଭୁଲ ପାଇଁ

ଝିକର୍ କୁଡିଆ ଘର ନାହିଁ ଆଉ

ତୋହରି ରହିବା ପାଇଁ। 




Rate this content
Log in