STORYMIRROR

Satyasai Naik

Others Children

3  

Satyasai Naik

Others Children

ବର୍ଷାରାଣୀ

ବର୍ଷାରାଣୀ

1 min
262

ବର୍ଷାରାଣୀ ଲୋ ବର୍ଷାରାଣୀ

କହ ତୁ କେବେ ଆସିବୁ ପୁଣି

ଅପେକ୍ଷା କରିଛୁ ଆମେ ତୋହର

ଚାଷ କରିବା ପାଇଁ । 


ତୋ'ରି ଅନ୍ତ ରେ ଧରଣୀ କାନ୍ଦେ

ତୋ'ରି ବହୁଳେ ସୃଷ୍ଟିନାଶ ହୁଏ

ତୋ ବିନା ଯେ ଫସଲ କାହିଁ

ଆମେ ଯେ ପାଇବୁ ପୁଣି।


ମାନୁଛୁ ଆମେ ହିଁ ଦାୟୀ 

ତୁ ନ ଆସିବା ପାଇଁ

ଜଙ୍ଗଲ ଆମେ ନଷ୍ଟ କରୁଛୁ

ସବୁ ଜାଣି ଶୁଣି ! 


ଛପନ କୋଟି ଜୀବ ଯେ ଆମେ

ବଞ୍ଚିଛୁ ତୋରି ପାଇଁ । 

ତୁ ଯଦି ସାହାସ ନ ଦେବୁ

ଆମେ ବଞ୍ଚିବୁ କେମିତି ପୁଣି । 


ଶ୍ରେଷ୍ଠ ଋତୁ ବୋଲି ଜାଣନ୍ତି ସର୍ବେ

ତୋରି ଦୟାଭାବ ପାଇଁ  

ଝର୍ ଝର୍ କରି ଝରି ଆ ତୁହି

ଚାଷୀ ମୁହଁରେ ହସ ଭରିବା ପାଇଁ।



Rate this content
Log in