STORYMIRROR

Manorama Mohanty

Others

4  

Manorama Mohanty

Others

କବିତା ତୁମେ

କବିତା ତୁମେ

1 min
407


କବି କଳ୍ପନାର     ପ୍ରାଣ ପ୍ରଣୟିନୀ

    କାଳଜୟୀ ତୁ କବିତା

ସାହିତ୍ୟ ସିନ୍ଧୁରେ  ସଂଗମ ତୋହର

     ନିର୍ଭୀକ  ଅପରାଜିତା !!


ସ୍ରଷ୍ଟା ଲେଖନୀର   ଜାଗ୍ରତ ପ୍ରହରୀ

      ନବ ଉଦିତ ଭାସ୍କର

 ହସ ଲୁହ ପ୍ରେମ    ବିରହ ବିପ୍ଳବ

   ସମାଜର ତୁ ସଂସ୍କାର !!


ଶବଦର ତୁତ  ପୂଣ୍ୟ ପୁଣ୍ୟତୋୟା  

     ଅବିରତ ତୋର ଗତି

ବଜ୍ରଠୁ କଠିନ    ତୋ କଲମ ଅସ୍ତ୍ର

     ଶତ ଅସି ମହାଶକ୍ତି !!


ଭାବ ଭାବନାର  ତୁ ମହାସ୍ତୋତ୍ର

   ବେଦ ଭାଗବତ ଗୀତା

ସତ୍ୟ ସାରଥୀର    ଅଟୁ ଅନ୍ତସ୍ୱର

    ପ୍ରାଣ ପ୍ରେୟସୀ କବିତା !!


ଆଶା ଆଲୋକର   ତୁ ମହାଦୀପ

     ନ୍ୟାୟର ସ୍ୱଚ୍ଛ ଆଇନା

ରଚିଦେଇ ଯିବୁ   ଅନନ୍ୟ ରଚନା

     ଏତିକି ଇତି କାମନା !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍