କବିତା -୧
କବିତା -୧
1 min
7.1K
କବିତା ଗୋ ତୁମେ ଝରିପଡ଼ କେବେ
ହୃଦୟ କନ୍ଦରୁ
ଝରା ବଉଳର ବାସ୍ନାରେ
କେବେ ତୁମେ ପାଲଟିଯାଅ ଚିତ୍ରପଟ
କବି ହୃଦୟର
ଅଫୁଟା ବେଦନାରେ
କେବେ ତୁମେ କଳା ମେଘି ଶାଢ଼ୀ ପିନ୍ଧି
ଲୁଚକାଳି ଖେଳ
ଆକାଶର ସେଇ ଅଗଣାରେ
କେବେ ପୁଣି ପରୀ ରାଇଜୁ ଓହ୍ଲାଇ
ଖୁସିରେ ପହଞ୍ଚ
ମୋ ମନର ଏଇ ଠିକଣାରେ।।
କବିତା ଗୋ, ତୁମ ଓଠ ମଧୁ
କରିବନି ଉଣା
କେବେ ମୋ ଅଲୋଡ଼ା ଜୀବନରେ
ପରାଣ ମିତ ଗୋ, ନିତି ଦେଖୁଥାଇ
ତୁମ ପ୍ରତିଛବି
ଏଇ ମୋର ମନ ଆଇନାରେ ।।
ପାଟ ଓଢଣୀକୁ ଧୀରେ ଦିଅ ଖୋଲି
ଅଳସୀ ଆଖି ମୋ
ଲାଖିଯାଉ ତୁମ ବଦନରେ ।।
ନୀଳ ଶାଢ଼ୀ ପିନ୍ଧା ରୂପଟି ଝଟକୁ
ରୂପା ଜହ୍ନ ପରି
ସଦା ମୋର ମନ କାନନ ରେ ।।
ଲେଖନି ମୁନରେ ଫୁଟି କବିତା ଗୋ,
ଚହଟାଅ ବାସ
ଜୀବନର ସାଦା କାଗଜରେ
ଦେବତା, ଦାନବ, ମାନବ ମନର
ମାନସୀ ଗୋ ତୁମେ
ଯାଚି ପରଶିଯା’ ପ୍ରୀତି ବାରେ।।
ରୋଜି ମିଶ୍ର ।
ବ୍ରାହ୍ମଣ କୁଶଡିହ, ବାଲୁଗାଁ ।