STORYMIRROR

Roji Rashmi Ranjita

Others

2  

Roji Rashmi Ranjita

Others

ନିମନ୍ତ୍ରଣ

ନିମନ୍ତ୍ରଣ

1 min
13.5K


ବୟସର ଅପରାହ୍ନେ

ଅତୀତର ସ୍ମୃତିକୁ ସାଉଁଟି

ଜୀବନର ହାର, ଜିତ

ହିସାବକୁ ଖୋଜେ ଗୋଟି ଗୋଟି ।।


ଅମାନିଆ ଆଖି ଲୁହେ

ଭିଜାଇ ଫର୍ଦ୍ଦ ପରେ ଫର୍ଦ୍ଦ

ପାପ,ପୁଣ୍ୟ ଅଙ୍କ କସେ

ବିଦାରି ନିଜେ ନିଜ ହୃଦ ।।


ଭାଙ୍ଗିନି କା ଘର କେବେ

କରି ନାହିଁ ନିଷ୍ଠୁର ପ୍ରହାର

ତଥାପି, କାହିଁକି ଲାଗେ

କର୍ଡମାକ୍ତ ମୋର ଏ ଶରୀର ।।


ତୋଫା ଜହ୍ନ ଆଲୋକରେ

ଖୋଜିବୁଲେ ଚିହ୍ନା ମୁହଁ ଗୋଟା

ସବୁତ ଲାଗେ ଅଚିହ୍ନା

ଦେଖିଲେ ସେ କଳଙ୍କର ଛିଟା ।।


ଧର୍ମ ଦାଣ୍ଡେ ହା, ହା କାର

ରଡି ଶୁଣି ଛାତି ଯାଏ ଫାଟି

କି କରିବ ଧର୍ମ ଏଠି ?

ଆଖିରେ ତା ବନ୍ଧା କଳାପଟି ।।


ଆକାଶର ବୁକୁ ଚିରି

ମାଡ଼ି ଆସେ ନିରନ୍ଦ୍ର ଅନ୍ଧାର

ଅସରିରୀ ଅଟହାସ୍ୱେ

ନିମନ୍ତ୍ରଣ ଆସେ ଫେରିବାର ।।



ରଶ୍ମି ରଞ୍ଜିତା ମିଶ୍ର (ରୋଜି ମିଶ୍ର ) ।

ବ୍ରାହ୍ମଣ କୁଶଡିହ, ବାଲୁଗାଁ ।


Rate this content
Log in