STORYMIRROR

Roji Rashmi Ranjita

Others

3  

Roji Rashmi Ranjita

Others

ଆସୁଛି କାଳ ବୈଶାଖୀ

ଆସୁଛି କାଳ ବୈଶାଖୀ

1 min
13.5K


ଆସିବ ଆସିବ ଶୁଣି କାଳ ବଇଶାଖୀ

ସତର୍କ ସୂଚନା ପାଇ ହେଲେ ଡକାଡ଼କି

ଦୋକାନ ବଜାର ବନ୍ଦ କଲେ ବେଗାବେଗି

ପିଲା ଠୁଁ ବୁଢ଼ା ପର୍ଯ୍ୟନ୍ତ ରହିଥିଲେ ଜାଗି ।।

କୁଆ ପଥର ସାଙ୍ଗରେ ଅଣଚାଷ ବାଆ

ଭାଙ୍ଗିବ ଘର, ଦୁଆର କିଏ ହେବ ସାହା

ନଅ ଜିଲ୍ଲା ସମ୍ମୁଖିନ ହେବେ ଏ ବିପତ୍ତି

ତାଣ୍ଡବ ନୃତ୍ୟ କରିବ ବୈଶାଖେ ପ୍ରକୃତି ।।

ଶୋଇଥିଲି ବୋଉ କୋଳେ କେଡେ ଆନନ୍ଦରେ

ଚମକି ଉଠି ଦେଖିଲି ବାପା ବିଷାଦରେ

ଖବର କାଗଜ ଚାହିଁ ବିରସ ବଦନେ

କାଳ ବଇଶାଖୀ ରୂପ ଗୁମରନ୍ତି ମନେ ।।

ମୁଁ ବୋଇଲି, ଶୁଣ ବାପା ନ ହୁଅ ବିରସ

ଯାହା ହବ ଭଲ ହବ ଏ ସୃଷ୍ଟି ରହସ୍ୟ

ନିଷ୍ଠୁର ନ ହେବେ ପ୍ରଭୁ ସତ୍ୟ ନାରାୟଣ

ନ ହେବ କାଳ ବୈଶାଖୀ, ନ ଯିବ କା ପ୍ରାଣ ।।

ତହିଁ ଆର ଦିନ ଅଛି ଯୁଗଧ୍ବନି ପର୍ବ

ମାତୃଭାଷା ରକ୍ଷା ପାଇଁ ଓଡ଼ିଆଙ୍କ ଗର୍ବ

କାହିଁ କେତେ ଆସିଥିବେ ଲେଖକ ବା କବି

ବହୁ ସେ କାଳ ବୈଶାଖୀ ନିଶ୍ଚୟ ମୁଁ ଯିବି ।।

ରଶ୍ମି ରଞ୍ଜିତା ମିଶ୍ର ( ରୋଜି ମିଶ୍ର )

ବ୍ରାହ୍ମଣ କୁଶଡିହ, ବାଲୁଗାଁ ।


Rate this content
Log in