STORYMIRROR

Manorama Mohanty

Others

4  

Manorama Mohanty

Others

କାଳିଆର ନାହିଁ ଦିନରାତି

କାଳିଆର ନାହିଁ ଦିନରାତି

1 min
23.6K


କାଳିଆର ନାହିଁ ଦିନରାତି ଦେଖେ 

  ଦୁନିଆଁ ଯାକର ଯେତେକ ଖେଳ 

ବଡ଼ଦେଉଳର ଗଂଭୀରା ଭିତରେ 

   ଶୁଣୁଥାଏ ସାରା ଦୁନିଆଁ ଗୋଳ ।


କହେନି ସେ କିଛି କରେନି ତ କିଛି 

ମଉନ ହୋଇ ସେ ଖାଲି ଯା ବସିଛି 

ଯିଏ ଯାହା କରେ ସିଏ ତାହା ପାଏ 

କାଳିଆ କୁ ମିଛେ ଦୋଷ ସିନା ଦିଏ 

ଯେତେ ଦୋଷ ଦେଲେ ଯେତେରୋଷ କଲେ 

    ଭୋଗିବାକୁ ହୁଏ କରମଫଳ ।


ଦେଇଥିଲେ ପାଇ ନଦେଲେ ନ ପାଇ 

ବୁଣିଥିଲେ ସିନା କାଟିବୁରେ ଯାଇ 

ଖୋଜିଲେ ବାହାରେ ସୁଖ ମିଳେ ନାହିଁ 

ସୁଖ ଦେଇ ସୁଖୀ ହୋଇପାରେ କେହି 

ଏଇକଥା ସିଏ ଚେତେଇ ଦବାକୁ 

   ବସିଛି ଆବୋରି ବଡ଼ଦେଉଳ ।


Rate this content
Log in