STORYMIRROR

Manorama Mohanty

Others

4  

Manorama Mohanty

Others

କାଳିଆ ବଡ଼ଠାକୁର

କାଳିଆ ବଡ଼ଠାକୁର

1 min
178


ଜଗନ୍ନାଥ ଯିବେ ଗୁଣ୍ଡିଚା ନଅର 

        ଦୁନିଆ ପଡୁଛି ହୁରି 

ବରଷକେ ଥରେ ରଥ ଯାତରା ଲୋ 

     ଆସ କିଏ ଯିବ ପୁରୀ ।


ରତ୍ନସିଂହାସନ ଛାଡି ଦୀନନାଥ 

     ଭାଇ ଭଉଣୀଙ୍କ ମେଳେ 

ନନ୍ଦିଘୋଷ ରଥେ ଉଭା ହୋଇଥିବେ 

     ଦେଖିବା ଲୋ ବେନିଡୋଳେ ।

 

ଆଲଟ ଚାମର ପଡୁଥିବ ତାର 

    ଥିବେ ପଣ୍ଡା ପଢ଼ିହାରୀ 

କାଳିଆ ର ମୁହେଁ ମୁଚୁ ମୁଚୁ ହସ 

     କରିବ ଲୋ ମନଚୋରି ।


ଆରତଜନ କୁ ଆଶ୍ୱାସନା ଦେଇ 

     ଟେକି ଦେବେ ଦୁଇହାତ 

ଲହରୀ ପରାଏ ଭାସିଯାଉଥିବ 

     ଭଜନ ଜଣାଣ ଗୀତ ।


ବଡ଼ଦାଣ୍ଡ ସିଏ ତା ବଡ଼ଦାଣ୍ଡ ରେ 

     ତିନି ରଥଯିବ ଗଡି 

ସବୁଠୁଁ ସୁଆଦ ତା ମହାପ୍ରସାଦ 

    ପାଇବାକୁ ଛଡାଛଡି ।


ତା ବଡ଼ଦେଉଳ ବାର ହାତ ନେତ 

     ଆକାଶକୁ ଛୁଇଁ ଉଡେ 

ପାଚେରୀ ତାହାର ମେଘନାଦ ପରା 

     ଗୁରୁ ଗରଜନ ଏଡ଼େ ।


ମହୋଦଧି ଯାର ଚରଣ ଧୁଅଇ 

    ହରଷ ରେ ନିରନ୍ତର 

ଅଣାକାର ଏହି ବିଶ୍ୱ ବ୍ରହ୍ମାଣ୍ଡ ର 

    ସିଏ ତ ବଡ଼ ଠାକୁର ।


ସେଇ ମହାବାହୁ ଚରଣରେ ମୋର 

  କୋଟି କୋଟି ଦଣ୍ଡବତ 

ବରଷକେ ଥରେ ରଥ ଯାତରା ଲୋ 

    ଯିବା ଚାଲ ଶିରୀକ୍ଷେତ୍ର  ।



Rate this content
Log in