ଜନମଭୂମି ଭାରତ ମୋର
ଜନମଭୂମି ଭାରତ ମୋର
1 min
410
ଜନମଭୂମି ଭାରତ ମୋର
କେଡେ ସୁନ୍ଦର ସତେ
ତା କୋଳେ ନେଲି ଜନମ ଯେଣୁ
ଗରବ ଲାଗେରେ ମୋତେ ।
ଯା ଯଶ କିର୍ତ୍ତୀ ସୁନ୍ଦର ମୂରତି
ମାଟି ରୁ ଆକାଶ ଛୁଏଁ
ସେଦେଶ ରପ୍ରୀତି ଗୌରବ ଗୀତି
ଗାଇବି ମରିବା ଯାଏ ।
ଶପଥ ନେବା ଆସରେ ଆଜି
ଉଡାଇବା କୀର୍ତ୍ତି ଧ୍ୱଜା
ଜାତି ଧର୍ମ ଭେଦ ରଖିବାନି କିଛି
କରିବା ମାଆ ର ପୂଜା ।
ଏ ଦେଶ ପାଣି ପବନ ଗାଏ
ତାଳେ ତାଳେ ଏ ସଂଗୀତ
ଆମର ଏ ଦେଶ ଆମେ ଗଢିବା
ମିଶାଇ ହାତରେ ହାତ ।
ରଖିବା ଜଗତେ ତାର ସମ୍ମାନ
ସବୁଠି ତା ଜୟଗାନ
କରୁଥିବା ସଦା ତା ପାଦପୂଜା
କରିବାନି ଅସମ୍ମାନ ।
