ଜାଗ ହେ ଉତ୍ତରପୀଢ଼ି
ଜାଗ ହେ ଉତ୍ତରପୀଢ଼ି
ଜାଗ ହେ ଉତ୍ତରପୀଢ଼ି
ସମୟ ଆମର
ବିଗିଡି ଗଲାଣି
ହାତରେ ପାଦରେ
ପଡି ତ ଗଲାଣି ବେଡି
ମହାପ୍ରଳୟର ସୂଚନା ଦେଇକି
କରୋନା ଆସୁଛି ମାଡି
ଜାଗ ହେ ଉତ୍ତରପୀଢ଼ି ।
ଆମେ ନ ଚେତିଲେ
ହଜିଯିବ ସତ୍ତା
ମାନବ ଜୀବନ
ପଡ଼ିଯିବ ଭଟ୍ଟା
ଏକୋଇଶ ଦିନକୁ ଜନତା କର୍ଫୁରେ
ପ୍ରାଣ ଵାୟୁ ଯିବ ଉଡି
ଜାଗରେ ଉତ୍ତରପୀଢ଼ି ।
ବେପରୁଆ ଭାବ
ଯେତେ ସବୁ ଛାଡି
ସଚେତନ ପନ୍ଥା
ନିଅ ଏବେ ବାଛି
ସରକାରଙ୍କର ଲକଡାଉନୁ ନୀତି
ଆପଣେଇ ନିଅ
ବେଳ ନ ଯାଉଣୁ ଗଡି
ଜାଗହେ ଉତ୍ତରପୀଢ଼ି ।
ନିଜେ ବଞ୍ଚିରୁହ
ନିଜକୁ ବଞ୍ଚାଅ
ଦାମ୍ଭିକ ପଣରେ
ଦେଶକୁ ବଞ୍ଚାଅ
ନିଜ ସୁଖସବୁ ଛାଡି
ଜାଗହେ ଉତ୍ତରପୀଢ଼ି ।
