STORYMIRROR

Panchanan Jena

Romance

4  

Panchanan Jena

Romance

ହୁତୁ ହୁତୁ ନିଆଁ

ହୁତୁ ହୁତୁ ନିଆଁ

1 min
282


ଗୋଲାପ ଫୁଲିଆ ଓଠରେ ଖେଳେ

ହେନା ଦୋଳିଆ ହସ ପରଶ

ତରାଟ ଝୁଲିଆ ଆଖି ତୁଠରେ ମିଳେ

ଚମ୍ପାଫୁଲିଆ ବାସ ସୁବାସ ।


ସତ କହୁଛି ମୋ ପ୍ରୀୟା

ତୁମେ ଯେବେ ଚାଲ 

ହଲି ଦୋହଲି

ନିତମ୍ବ ନଚେଇ ଚମ୍ପାକଲି

ଗଭାରେ ଖୋସି ଗଜରା ମଲ୍ଲୀ

ଲାଗ ତୁମେ ଶ୍ରୀୟା ମଖମଲି

ସୂର୍ଯ୍ୟମୂଖୀ ଫୁଲର ଫୁଟନ୍ତା ବଗିଚାରେ

ଆୟୋଜନ ହେଲା କି 

ଶାରଦୀୟ ଆସର କବାଲି ।


ପଦ୍ମ ରଙ୍ଗିଆ ପାଦରେ ମେଳେ

ଗଙ୍ଗଶିଉଳିଆ ଝୁଣ୍ଟିଆ

ଟଗର ମଙ୍ଗିଆ ପାଉଁଜି କୋଳେ

ହରଗୌରିଆ ପାଞ୍ଚ ଆଙ୍ଗୁଳିଆ ।


ରାଣ ରହିଲା ମୋ ପ୍ରିୟା

କେତକୀ ଫୁଲିଆ ଉତ୍ତରୀ ପକେଇ

ଯେବେ ତୁମେ ଚାଲ

ଗ୍ରାମ ଦାଣ୍ଡରେ ପଥରେ ବଜାରେ

ଦୁମ୍ ଦୁମିଆ ଲାଜୁଆ ଲାଜୁଆ

ତୁମ କାୟା ଲାଗେ ଭାରି ସୁନ୍ଦରିଆ 

କଣେଇ ଟେରେଇ

ନିୟନସୁଖ ମେଣ୍ଟଉ ଥାନ୍ତି 

ସବୁ ବେକାରିଆ ବିକଳିଆ ।


ଆହୁରି କହୁଛି 

ଯୋଡି ମନ୍ଦାରିଆ କାନ ଫୁଲ

ଯେବେ ଛୁଇଁ ଯାଏ

ତୁମ ସୋରିଷ ଫୁଲିଆ ଗାଲକୁ

ଛାତି ଭିତରେ ଭିତରେ

ମୃତୁ ସିହରଣ

ପଚାରି ବସେ କି 

କ'ଣ ପାଇଁ ଏତେ ମୁରୁକି ମାରୁଛ 

କହିବ କି ହୁକୁ ହୁକୁ ?

ଅୟୁତ ସମ୍ଭାଷଣ ସହିତ

ନିୟୁତ ବିଷ୍ଳେଷଣ

ମନେ ମନେ କେଞ୍ଚୁଥିଲେ 

ମୋବାଇଲ୍‌ ସ୍କିନ୍ ରେ 

ଆଙ୍ଗୁଳି ଚିପିବା ପରି 

ଲେଖି ଦେବେ କି

 ଶତ କଦମ୍ବର କିମିଆଁ

ଜଳେଇ ଦେବେ କି 

ଯୌବନ ଗନ୍ଧରେ କାମାନ୍ଧ ମନରେ

 ହୁତୁ ହୁତୁ ନିଆଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance