Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mohanty

Others

4  

Manorama Mohanty

Others

ହେ ମାଆ

ହେ ମାଆ

1 min
599


ହେ ମାଆ ଠାକୁରାଣୀ ଶୁଣ ମୋ ଦୟିନୀ

 ଦେଖା ମୋତେ ସତ୍ୟ ପଥ

କେତେବେଳେ ମୋତେ କାଳ ବାନ୍ଧିନେବ

  ନାହିଁ ଆଉ ବେଶୀ ବାଟ |


ଜ୍ଞାନୀ ପାଇଁ ତୁମେ ଜ୍ଞାନ ର ମାଧ୍ୟମ

 କର୍ମୀ ପାଇଁ ତୁ ଈଶ୍ଵରୀ

ଭକ୍ତ ପାଇଁ ତୁ ଲୋ ମାଆ ଦୟାମୟୀ

  ବୁହାଉ କରୁଣା ବାରି |


ତୁ ବିଶ୍ୱ ବନ୍ଦିତା ସଶକ୍ତି ସ୍ୱରୂପା

  ଦଶଭୁଜା ସ୍ୱୟଂସିଦ୍ଧା

ତୋ କୃପା ନେତ୍ରରେ ଚାହିଁ ଦେଲେ ଥରେ

  ବିଭାସିବ ଏ ବସୁଧା |


ସିନ୍ଦୁର ଶୋଭିତା ମାତ ଆଦିମାତା

  ଦୁର୍ଗେ ଦୁର୍ଗତିନାଶିନୀ 

ଦୁଃଖ ବେଳେ ଯେବେ ଭକତେ ଡାକନ୍ତି 

 ଦୁଃଖ ନିବାରୁ ତୁ ପୁଣି |


ଶକ୍ତିମୟୀ ତୁ ଲୋ ପରମ ବୈଷ୍ଣଵୀ

 ସାତ୍ତ୍ଵିକ ଓ ନିଷ୍ଠାବତୀ

ମରତ ମାଟି ର ପୂଜାରୀଣୀ

  ତୁମେ ଶ୍ରେଷ୍ଠ ବ୍ରହ୍ମଜ୍ୟୋତି |


ସୃଷ୍ଟି ଧ୍ବଂସ ଅବା ବିଲୟେ ପ୍ରଳୟେ

  ଧର ତୀକ୍ଷ୍ଣ ଖଣ୍ଡାଧାର

ତ୍ୟାଗ ବଳିଦାନେ ଧୈର୍ଯ୍ୟ ଓ ସହନେ 

  ତୁମେ ନିପୁଣ ସବୁର |


ସୁବିଶାଳ ତୁମ ହୃଦୟ ଭିତର

 ମମତାର ଗନ୍ତାଘର 

ହେ ଆଦି ଜନନୀ ସଙ୍କଟ ହାରିଣୀ

  ତୋ ପାଦେ କୋଟି ଜୁହାର |

  

ଜନନୀ ଭଗିନୀ ଜାୟା ତୁ ମୋହିନୀ

  ତ୍ରିବିଧ ରୂପେ ସମ୍ବୁତ

ସତ୍ତ୍ୱ ରଜ ତମ କରିଣ ଧାରଣ

  ଦୃଷ୍ଟ କୁ କରୁ ତୁ ହତ |


ନିଃସ୍ୱାର୍ଥ ସେବକ ଜନ୍ମ ରୁ ଲାଂଛିତ

  ଚିନ୍ତା ଚେତନା ରେ ବୁଡ଼େ

ଯାତନା ଯୁଇରେ ନିତି ଜଳି ଏଠି 

  ତୋ ଦିବ୍ୟନାମ କୁ ହୁଡ଼େ |


ତଥାପି ହେ ମାଆ କରି ଥରେ ଦୟା

 କଣ୍ଠେ ହୁଅ ଉପଗତ

ତୁମରି ଆଶିଷେ କ୍ଷଣକ ଭିତରେ

  ମୁଖେ ଉଚାରେ ତୋ ମନ୍ତ୍ର |


ମାଆ ହୁଅ ସାହା ଦେବୀ ପୁଣ୍ୟତୋୟା

 ତୁଷ୍ଟ କର ବିଶ୍ୱପ୍ରାଣ

ବିଶ୍ୱ ବାସୀ ସୁଖେ କରୁ ତା'ର ମୁଖେ

  ମାଆ ତୋର ଜୟ ଗାନ |


ତୋ ପଦ ରେ ନତ ପ୍ରଣମୀ ସତତ

  କରେ ଆତ୍ମ ନିବେଦନ

ଘୋର ବିପଦି ରୁ ଉଦ୍ଧାରି ଧରି ମା

  କର ମୋତେ ପରିତ୍ରାଣ |


Rate this content
Log in