STORYMIRROR

Panchanan Jena

Others

3  

Panchanan Jena

Others

ହେ ଈଶ୍ଵର

ହେ ଈଶ୍ଵର

2 mins
11.8K

ହେ ଇଶ୍ୱର ! ହେ ଶଙ୍କର ! ହେ ସର୍ବେଶ୍ଵର !

କର ପଲ୍ଲବ ଯୋଡ଼ି ପଚାରେ ବାରମ୍ଵାର


ତୁମେ ମନ୍ଦିରକୁ ପଣ୍ଡା

ବିହଗକୁ ଅଣ୍ଡା

ପୋଖରୀକୁ ଗେଣ୍ଡା ଦେଲ

କିନ୍ତୁ ! ମୋତେ କଲ କିଆଁ

ଧୁଣ୍ଡା ଆଉ ହୁଣ୍ଡା


ହେ ଈଶ୍ଵର

ତୁମେ କଦଳୀକୁ ଭଣ୍ଡା

ଗୁଣ୍ଡାକୁ ଖଣ୍ଡା

ପୁଲିସ୍ କୁ ଦଣ୍ଡା ଦେଲ

ପରନ୍ତୁ ! ମୋତେ କଲ କିଆଁ

ବୋକା ଆଉ ମେଣ୍ଢା


ହେ ଈଶ୍ଵର

ତୁମେ ଆକାଶକୁ ବିଜୁଳି

ତାଉଆ କୁ ଚକୁଳି

ଚଗଲାକୁ ବାଟୁଳି ଦେଲ

ଅଧିକନ୍ତୁ । ମୋର ଶୁଣୁ ନ କିଆଁ

ଅଳି ଆଉ ଅର୍ଦ୍ଦଳୀ


ହେ ଈଶ୍ଵର

ତୁମେ ଦେହକୁ ମାଉଁସ

ପିଢ଼ିକୁ ବାଉଁଶ

ନିଆଁକୁ ପାଉଁଶ ଦେଲ

ଅପରନ୍ତୁ ! ମୋର ହାରି ଗୁହାରୀର କିଆଁ

ନ ଶୁଣ ଅଂଶ ବିଶେଷ


ହେ ଈଶ୍ଵର

ତୁମେ ମୁଁହକୁ ହସ

ପାଣିକୁ ଝସ

ହିଡ଼କୁ ଘାସ ଦେଲ

କିନ୍ତୁ ! ମୋର ହସ ଖୁସିକୁ କିଆଁ କଲ

ଦୁଃଖ ଅଶେଷ


ହେ ଈଶ୍ଵର

ତୁମେ ଯୁବକ କୁ ଆଶ୍ଵାସ

ସାଂଗକୁ ବିଶ୍ୱାସ

ଜୀବକୁ ନି8ଶ୍ଵାସ -ପ୍ରଶ୍ଵାସ ଦେଲ

ପରନ୍ତୁ ! ମୋ ଜୀବନ ଉଦ୍ୟାନକୁ କିଆଁ କଲ

ମିଛ ମରିଚିକା ବିନ୍ୟାସ


ହେ ଭଶ୍ଵର !

ତୁମେ ସ୍ଵପ୍ନକୁ ଡ଼େଣା

ମହୁମାଛି କୁ ଫେଣା

ଦାନ୍ତକୁ ଚଣା ଦେଲେ

ଅପରନ୍ତୁ ! ମୋ ଜଣାଣ ବେଳକୁ କିଆଁ

ହେଲ ବାଟବଣା


ହେ ଇଶ୍ୱର

ତୁମେ କୃଷକ କୁ ପାଞ୍ଚଣ

ଆକାଶକୁ ଛଞାଣ

ପର୍ବକୁ ମେଲଣ ଦେଲ

ଅଧିକନ୍ତୁ ! ମୋ ବେଳକୁ କିଆଁ ହେଲ

ଖଟ୍ଟା ତିଅଣ


ହେ ଇଶ୍ୱର

ତୁମେ ବାଟକୁ ବାଟୋଇ

ପାଟିକୁ ମିିଠେଇ

ଶବକୁ କୋକେଇ ଦେଲ

କିନ୍ତୁ ! ମୋ ମୁଣ୍ଡେ କିଆଁ କଲ

ଦୁଃଖ ଭାର ବୋଝେଇ


ହେ ଇଶ୍ୱର

ତୁମେ ସଂଜ କୁ ସକାଳ

ବେଳାକୁ ପଖାଳ

ମହାଦେବଙ୍କୁ ତ୍ରିଶୁଳ ଦେଲ

ପରନ୍ତୁ ! ମୋ ବେଳକୁ କିଆଁ ହେଲ

ଅସନା ଆମ୍ବିଳ


ହେ ଇଶ୍ଵର


ତୁମେ ଦେହକୁ କନା

ପେଟକୁ ଦାନ।

ପୂଜାକୁ ନନା ଦେଲ

ଅପରନ୍ତୁ ! ମୋ ମନକୁ କିଆଁ କଲ

ଏତେ ନିଚ୍ଚ ମନା


ହେ ଇଶ୍ବର !

ତୁମେ ନାଉରୀକୁ ଡଙ୍ଗା

ଭାରତକୁ ଗଙ୍ଗା

ଦେଶକୁ ତ୍ରୀରଙ୍ଗା ଦେଲ

ଅଧିକନ୍ତୁ! ମୋ ମନକୁ କଲ କିଆଁ

ପରା ହତ ଭଙ୍ଗା


ହେ ଇଶ୍ଵର

ଚୁଲି କୁ ହାଣ୍ଡି

ପୁଲିସକୁ ଫାଣ୍ଡି

ପ୍ୟାଣ୍ଟକୁ ଡ୍ଯ । ସ୍ ଦେଲ

କିନ୍ତୁ ! ମୋ କରେ। ନା ମୁଁହରେ କିଆଁ

ବଂଧେଇଲ ତୁଣ୍ଡି


ହେ ଇଶ୍ବର !

ତୁମେ ସୀମାନ୍ତ କୁ ଯବାନ

କ୍ଷେତକୁ କିସାନ

ପୃଥିବୀକୁ ବିଜ୍ଞାନ

କିନ୍ତୁ! ମୋ ମନରେ ଜାଗୁନି କିଆଁ

ଆତ୍ମ ସମ୍ମାନ


Rate this content
Log in