STORYMIRROR

Pramit Mohapatra

Others

2  

Pramit Mohapatra

Others

ହାଏରେ ମୋ' ପାୱାର୍ ଚଷମା : ୧୪

ହାଏରେ ମୋ' ପାୱାର୍ ଚଷମା : ୧୪

1 min
14.3K


ଆଜି ରବିବାର ଦିନଟି ବୋଲି,

ଆମିଷ ପାଇଁ ଯେ ମନ ମୁଁ କଲି,

ତାଜା ସେ ପିଆଜ, ବଟା ରସୁଣ,

କଷି ବନାଇବି ମାଛ ତିଅଣ।

ଛାଣି କଟା ମାଛ ରଖି ଯତନେ,

ଷ୍ଟାର ହୋଟେଲକୁ ପକାଇ ମନେ,

କରେଇରେ କଷେ ମସଲା ଧୀରେ,

କି ସେ ଯେ ସୁବାସ ମୋ' ରୋଷ ଘରେ।

ଶେଷେ ଯେ ଦେଲି ମୁଁ ହଳଦୀ ଲୁଣ,

ମାଛ ପକାଇ ମୁଁ କଲି ତିଅଣ,

କେତେ ସହି ଅଛି ଆଜି କଷଣ,

ତିଅଣରୁ ଖାଲି ବାହାରେ ଫେଣ।

ପୁଣିରେ ମୋର ପାୱାର୍ ଚଷମା,

ଦେଖାଇ ଦେଲୁ ତୁ ତୋ'ର ମହିମା,

ରିନ୍ (RIN) ପାଉଡ଼ର୍ ଭାବି ମୁଁ ଲୁଣ,

କରିଅଛି ଆଜି ମାଛ ତିଅଣ।

ମୁନ୍ନା ମହାପାତ୍ର, ଗୁଣପୁର


Rate this content
Log in