STORYMIRROR

Pramit Mohapatra

Others

2  

Pramit Mohapatra

Others

ହାଏରେ ମୋ' ପାୱାର୍ ଚଷମା : ୧୧

ହାଏରେ ମୋ' ପାୱାର୍ ଚଷମା : ୧୧

1 min
13.3K


ଶୀତ ସକାଳ କୁହୁଡି଼ କାକର,

ତା' ସାଥେ ରସିକ ମନ ଏ' ମୋର,

କୁହୁଡ଼ି ଭିତରେ ଅଳପ ଦୂରେ,

ନୂଆ ଦିଶେ କିଏ ନାଲି ଶାଢ଼ୀରେ।

ନାଲି ଗୋଲାପ କି ଉଦିଆ ଜହ୍ନ,

'ଲାଲ୍ ପାନ୍ ବିବି' କହେ ମୋ' ମନ,

ଗୋରା ପାଦ ଯୋଡି, ନାଲି ଅଳତା,

ସରଗ ପରୀ ମୋ' ଗଜ ମୁକୁତା।

କୁହୁଡି଼ ଆଡ଼େଇ ଗଲି ପାଖକୁ,

ପସାରି ମୋ' ଦିବ୍ୟ ଦୁଇ ବାହୁକୁ,

ଧେତ୍ ସେ ଥିଲାରେ ସାବି ମାଉସୀ,

ଭାବିଲା ଏ' ମନ କାକୁଡ଼ି କଷି ।

ପୁଣି ଏ' ଆଖିକୁ ଦେଲୁରେ ଧୋକା,

ପାୱାର ଚଷମା କରିଲୁ ବୋକା,

କୋଉ ଜନମର ଶୁଝୁଛି ଋଣ,

କହେ ଖାଇ ମୋର ଚଷମା ରାଣ ।

ଆଉ ନ ଚାହିଁବି ଅବଳା ନାରୀ,

ପାୱାର ଚଷମା ହେଲୁ ବଇରି।


ମୁନ୍ନା ମହାପାତ୍ର, ଗୁଣପୁର


Rate this content
Log in